ଶ୍ରୀମନ୍ଦିର ଦ୍ୱାରରେ ରୁପା ଚାଦର ଲାଗିବା କାମ ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ବେହରଣ ଦ୍ୱାର ପରିବର୍ତ୍ତନ

ପୁରୀ (କେନ୍ଯୁଜ୍): ପୁରୀ ଶ୍ରୀମନ୍ଦିର ବେହରଣ ଦ୍ୱାରକୁ ରୂପା ଚାଦର ଲାଗିବା କାମ ଆରମ୍ଭ ହୋଇଛି। ଏଥିପାଇଁ ବର୍ମା ଟିକ୍‌ରେ ନିର୍ମିତ ଦ୍ୱାର ସହ ମୁମ୍ବାଇରୁ ଆସିଥିବା ଷ୍ଟିଲ ଫ୍ରେମ୍‌ ଶ୍ରୀମନ୍ଦିରକୁ ନିଆଯାଇଛି। ସେପଟେ ରୂପା ଚାଦରରେ ଆଛାଦିତ ହେବାକୁ ଥିବା ଦ୍ୱାର ବି ଲଗାଇବା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବେହରଣ ଦ୍ୱାରକୁ ପିରବର୍ତ୍ତନ କରାଯାଇଛି। ପୁରୁଣା କବାଟକୁ ବଦଳାଯାଇ ପ୍ରଥମେ ଷ୍ଟିଲ ଫ୍ରେମ୍‌ ଲାଗିବା ପରେ ଏଥିରେ ନବନିର୍ମିତ ଦ୍ୱାର ସଂଯୋଗ ଆରମ୍ଭ ହୋଇଛି। ପରେ ଏହି ଦ୍ୱାରରେ ରୂପା ଚାଦର ଲଗାଯିବ। ପର୍ଯ୍ୟାୟକ୍ରମେ ଅନ୍ୟ ଦ୍ୱାରର କାମ ଆରମ୍ଭ ହେବ।

ଅନ୍ୟପଟେ ମହାପ୍ରଭୁଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଶ୍ରୀମନ୍ଦିିର ମରାମତି କାମ ଆରମ୍ଭ କରିଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ। ମରାମତି ପୂର୍ବରୁ ଗତକାଲି ପ୍ରଥମେ ଶ୍ରୀମନ୍ଦିରରେ ଲେଜର ସ୍କାନିଂ କରାଯାଇଛି। ନାଟମଣ୍ଡପ , ଭୋଗମଣ୍ଡପର ଲେଜର ସ୍କାନିଂ କରାଯାଇଛି। ଆଜି ରାଜ୍ୟ ସରକାରଙ୍କ ବିଶେଷଜ୍ଞ କମିଟି ଆସି ମରାମତି କାର୍ଯ୍ୟର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ନାଟମଣ୍ଡପ ସହ ଅନ୍ୟାନ୍ୟ ସ୍ଥାନରେ ଲୁହାର ଭାର ବନ୍ଧା ଯାଇଛି। ଜୁଲାଇ ୨୨ ତାରିଖ ପର୍ଯ୍ୟନ୍ତ ଏହି ମରାମତି କାମ ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.