ଶୃଙ୍ଖଳିତ ରଥଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି, ଜୁଲାଇ ୫ ପୂର୍ବରୁ ବସିବ ଛତିଶା ନିଯୋଗ ବୈଠକ

ପୁରୀ(କେନ୍ଯୁଜ୍): ଜୁଲାଇ ୧୨ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ପ୍ରସ୍ତୁତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଚଳିତବର୍ଷ ବିନାଭକ୍ତରେ ରଥଯାତ୍ରା କିଭଳି ଶୃଙ୍ଖଳିତ ହେବ ସେନେଇ ଆଲୋଚନା ହୋଇଛି । ଆସନ୍ତା ଜୁଲାଇ ୫ ତାରିଖ ପୂର୍ବରୁ ବସିବ ଛତିଶା ନିଯୋଗ ବୈଠକ । କିଏ କିଏ ରଥ ଟାଣିବେ ବୈଠକରେ ଧାର୍ଯ୍ୟ ହେବ । ରଥଟଣା ପାଇଁ ସେବାୟତଙ୍କୁ ଦିଆଯିବ ଅଗ୍ରାଧିକାର। ବଡଦାଣ୍ଡରେ ୩ଟି ଅସ୍ଥାୟୀ ହେଲ୍‌ପ କ୍ୟାମ୍ପ ରହିବ ।

ସେପଟେ ରଥ ର୍ନିମାଣର ୯୦ ପ୍ରତିଶତ କାର୍ଯ୍ୟ ଶେଷ ହେଲାଣି। ଆସନ୍ତା ୯ ତାରିଖ ସୁଦ୍ଧା ରଥର ନିର୍ମାଣ କାର୍ଯ୍ୟ ଶେଷ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ଟାହିଆ ନିର୍ମାଣ ସହ ନୀତିକାନ୍ତି ଶୃଙ୍ଖଳିତ ନେଇ ଆଗୁଆ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଛତଶା ନିଯୋଗ ବୈଠକରେ ସେବାୟତ ନିଯୋଗ ପ୍ରତିନିଧିଙ୍କ ସହ ଆଲୋଚନା ହୋଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ । ଯଦି କିଛି ଅଭିଯୋଗ ଆସେ ତାହାଲେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବ ।

ତେବେ ଖରାକୁ ନଜରରେ ରଖି ଯେଉଁଠାରେ ରଥ ପ୍ରତିଷ୍ଠା ହେବ ସେଠାରେ ଓ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ white reflect paint କରାଯିବ । ପାନୀୟ ଜଳ ଓ ପାଣି ଛିଞ୍ଚନର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.