Below header

ଯୁବକଙ୍କୁ ଆକ୍ରମଣ ପରେ ଉତ୍ତେଜନା: ରାସ୍ତା ଅବରୋଧ ସହ ୪ ଗାଡି ଜାଳିଦେଲେ ଉତ୍ୟକ୍ତ ଲୋକ

ମୟୂରଭଞ୍ଜ(କେନ୍ଯୁଜ୍) : ଯୁବକଙ୍କୁ ଆକ୍ରମଣ ପରେ ଉତ୍ତେଜନା । ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ୪ ଗାଡି ଜାଳିଦେଲେ ଉତ୍ୟକ୍ତ ଲୋକ । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅସ୍ତପୁର ଗାଁର ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଗୁରୁତର ଯୁବକ ଚନ୍ଦ୍ରହାସ୍ୟଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ପ୍ରତିବାଦରେ ଉତ୍ୟକ୍ତ ଗ୍ରାମବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ୪ଟି ଗାଡି ଜାଳିଦେଇଛନ୍ତି ।

ସୂଚନା ମୁତାବକ, ଗାଁର ମାଛ ଯାଆଁଳା ଉତ୍ପାଦନ କେନ୍ଦ୍ର କୈଳାସ ଫିସାରୀକୁ ସଂଯୋଗ କରୁଥିବା ଜଙ୍ଗଲ ରାସ୍ତାକୁ ନେଇ ଚନ୍ଦ୍ରହାସ୍ୟଙ୍କ ସହ ବିବାଦ ଲାଗିରହିଥିଲା । ଏନେଇ ପୂର୍ବରୁ ବୈଶିଙ୍ଗା ଥାନରେ ଏକାଧିକ ମାମଲା ମଧ୍ୟ ରୁଜୁ ହୋଇଛି। ତେବେ କୈଳାଶ ଫିସାରୀ ପକ୍ଷରୁ ଆକ୍ରମଣ କରାଯାଇଥିବା ଅଭିଯୋଗ କରି ଉତ୍ୟକ୍ତ ଗ୍ରାମବାସୀ କୈଳାସ ଫିସାରୀର ୪ଟି ଗାଡି ଜାଳିଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରୁଛି। ସେପଟେ ରାସ୍ତାରୋକ ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଯାନବାହାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.