ସୁରତ ଯାଉଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଶ୍ରମିଙ୍କ ପରିବାରକୁ KISS ଫାଉଣ୍ଡେସନ ବଢାଇଲା ସହାୟତାର ହାତ

ଗଞ୍ଜାମ(କେନ୍ୟୁଜ୍): ସୁରତ ଯାଉଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରକୁ ସହାୟତାର ହାତ ବଢାଇଲା କିସ୍ ଫାଉଣ୍ଡେସନ । ଦୁର୍ଘଟଣାରେ ପ୍ରାଣ ହାନୀ ହୋଇଥିବା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବାଦିଆମ୍ୱାଗାଁର କୈଳାସ ଜେନାଙ୍କ ପରିବାରକୁ ସହାୟତା ଘୋଷଣା କରିଛି କିସ୍ । କୈଳାସଙ୍କ ପରିବାର ବୋଲି ସ୍ତ୍ରୀଙ୍କ ସହ ଦୁଇ ଝିଅ ଓ ଏକ ଦେଢ ବର୍ଷର ପୁଅ । କୈଳାସ ରୋଜଗାର କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ବେଳେ ତାଙ୍କର ମୃତ୍ୟୁ ପରେ ଛୋଟ ଶିଶୁମାନେ ଓ ବିଧବା ସ୍ତ୍ରୀ ଚଳିବା ବହୁ କଷ୍ଟକରେ ହୋଇପଡିଛି । ଏହା ଗଣମାଧ୍ୟମରୁ ଖବର ପାଇବା ପରେ ଭୁବନେଶ୍ୱରସ୍ଥିତ କିସ୍ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ କୈଳାସଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ।

ଏହା ସହ କୈଳାସ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ପିଲାମାନେ ବଡ଼ ହେଲେ ବିନାଦେୟରେ ପାଠ ପଢେଇବା ଲାଗି ପ୍ରତିଶୃତି ଦେଇଛନ୍ତି । ଏହାସହିତ କିସ୍ ଫାଉଣ୍ଡେସନ ପକ୍ଷରୁ କିସରେ ନିଯୁକ୍ତି ବନ୍ଦୋବସ୍ତ ପାଇଁ ପ୍ରତିଶୃତି ଦେଇଛନ୍ତି । ଏନେଇ ଡ. ଅଚ୍ୟୁତ ସାମନ୍ତଙ୍କ  ଏକ ପତ୍ର କିସ୍ ପକ୍ଷରୁ କଳିଙ୍ଗ ଟିଭି ଓ କେନ୍ୟୁଜ୍ ବ୍ରହ୍ମପୁର ରିପୋର୍ଟର ମାନସ ବିଷୋୟୀଙ୍କ ଦ୍ବାରା ମୃତ କୈଳାସଙ୍କ ପରିବାର ଲୋକଙ୍କୁ ଦିଆଯାଇଛି । ତେବେ କିସ୍ ପାଉଣ୍ଡେସନ ପକ୍ଷରୁ ଏହି ପରିବାରକୁ ସହାୟତାର ହାତ ବଢାଇଥିବାରୁ ମୃତ କୈଳାସଙ୍କ ଭାଇ ଓ ଗ୍ରାମ ବାସୀ ମାନେ ଓ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ୭୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ଧରି ସୁରତ ଅଭିମୁଖେ ଯାତ୍ରା କରିଥିବା ଏକ ଯାତ୍ରୀବାହୀ ବସ୍ ଛତିଶଗଡ଼ ରାଜ୍ୟର ରାୟପୁର ଚେରିଖେଡି ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଅଞ୍ଚଳରେ ଚାରିଜଣ ଅନାଥ ଝିଅ, ଛତ୍ରପୁର ସୁନ୍ଦରପୁର ଗାଁରେ ତିନିଜଣ ଅନାଥ ପିଲା ଓ ସୁରତ ଯାଉଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଟି ପରିବାରକୁ କିସ୍ ପାଉଣ୍ଡେସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି । ଏଥିପାଇଁ କିସ୍ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.