Below header

ବଲିଉଡ ଅଭିନେତା ଅଫତାଭ ଶିବଦାସାନୀଙ୍କୁ କରୋନା, ସୋସିଆଲ ମିଡିଆରେ କହିଲେ ପୂରା ଘଟଣା

ଦେଶରେ କରୋନା ଭାଇରସ ମାମଲା କମିବାର ନାଁ ନେଉନାହିଁ। ଦିନକୁ ଦିନ ଏହା ନିଜର କାୟା ବିସ୍ତାର କରିବାରେ ଲାଗିଛି। ସେପଟେ ଗୋଟିଏ ପରେ ଗୋଟିଏ ସେଲିବ୍ରିଟି କରୋନାରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏବେ ବଲିଉଡର ଜଣାଶୁଣା ଅଭିନେତା ଅଫତାଭ ଶିବଦାସାନୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏ ନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଅଫତାଭ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫ୍ୟାନମାନଙ୍କୁ ସୂଚନା ଦେଇ କହିଛନ୍ତି, ‘ନିକଟରେ ମୋ ଠାରେ ସାମାନ୍ୟ ମାତ୍ରାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ଯେପରି ଶୁଖିଲା କାଶ, ଜ୍ୱର ଆଦି। ଏହାପରେ ମୁଁ ମୋର କୋଭିଡ-୧୯ ଟେଷ୍ଟ କରାଇଥିଲି। ଦୁଃର୍ଭାଗ୍ୟର କଥା, ଟେଷ୍ଟର ରିପୋର୍ଟ ପଜିଟିଭ ଆସିଛି। ଡାକ୍ତର ଏବଂ ପ୍ରଶାସନକୁ ଜଣାଇବା ପରେ ସେମାନେ ମୋତେ ଘରେ ହିଁ କ୍ଵରେଣ୍ଟିନରେ ରହିବାକୁ ପରାମର୍ଶ ଦେଇଛନ୍ତି’।

ସେ ଆହୁରି ମଧ୍ୟ ଲେଖିଛନ୍ତି କି, ‘ଯେଉଁମାନେ ଗତ କିଛିଦିନ ଭିତରେ ମୋ ସହିତ ସମ୍ପର୍କରେ ଆସିଛନ୍ତି, ସେମାନେ ବି ନିଜର ଟେଷ୍ଟ କରେଇ ନେବାକୁ ମୁଁ ଅପିଲ କରୁଛି, ଯେପରି ସେମାନେ ମଧ୍ୟ ସୁରକ୍ଷିତ ରହିପାରିବେ। ମାସ୍କ, ସାନିଟାଇଜର ବ୍ୟବହାର କରି ଚାଲନ୍ତୁ। ଏହା ଆପଣଙ୍କ ଜୀବନ ବଞ୍ଚେଇ ପାରିବ। ଏହାକୁ ଆମେ ମିଶିକି ଜିତିବା’।

 

View this post on Instagram

 

🙏🏼🍀❤️

A post shared by Aftab Shivdasani (@aftabshivdasani) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.