ଅବସର ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର, ମୁଖ୍ୟ ବିଚାରପତି ହେଲେ ଡକ୍ଟର ଜଷ୍ଟିସ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ

ଡ଼କ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଆଜିଠାରୁ କାର୍ଯ୍ୟ ସମ୍ପାଦନ କରିବେ। ଡ଼କ୍ଟର ଜଷ୍ଟିସ ଷଡ଼ଙ୍ଗୀଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି। ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଶୁଭାଶିଷ ତାଳପତ୍ର ଗତକାଲି ଅଵସର ଗ୍ରହଣ କରିଛନ୍ତି।

କଟକ (କେନ୍ୟୁଜ): ଡ଼କ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଆଜିଠାରୁ କାର୍ଯ୍ୟ ସମ୍ପାଦନ କରିବେ। ଡ଼କ୍ଟର ଜଷ୍ଟିସ ଷଡ଼ଙ୍ଗୀଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି। ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଶୁଭାଶିଷ ତାଳପତ୍ର ଗତକାଲି ଅଵସର ଗ୍ରହଣ କରିଛନ୍ତି। ଏଥିପାଇଁ ହାଇକୋର୍ଟରେ ଫୁଲକୋର୍ଟ ରେଫରେନସ ହୋଇଥିଲା। ସେ ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଅଗଷ୍ଟ ୮ ତାରିଖରେ ଶପଥ ଗ୍ରହଣ କରିଥିଲେ । ଆଜିଠୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ୱରେ ଜଷ୍ଟିସ ବି ଆର ଷଡ଼ଙ୍ଗୀ ରହିବେ ବୋଲି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଥିଲା।

ଜଷ୍ଟିସ ବିଦ୍ୟୁବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଘର ନୟାଗଡ଼ ଓଡ଼ଗାଁରେ ହୋଇଥିବା ବେଳେ ଭୁବନେଶ୍ବର ବିଜେବିରୁ ବାଣିଜ୍ୟରେ ଅନର୍ସ ରଖି ସ୍ନାତକ କରିଥିଲେ । ବାଣିବିହାର ଉତ୍କଳ ୟୁନିଭର୍ସିଟି ଅଧିନ କଟକର ଏମ୍ଏସ୍ ଲ କଲେଜରୁ ଏଲଏଲବି ଓ ଏଲଏଲଏମ ପାସ୍ କରିବା ପରେ ସମ୍ବଲପୁର ୟୁନିଭର୍ସିଟିରୁ ଲରେ ପିଏଚଡ଼ି କରିଥିଲେ । ଏହାପରେ ୧୯୮୫ ଡିସେମ୍ବରରେ ବାରରେ ଯୋଗଦେଇ ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ନିୟମିତ ଓକିଲାତି ଅଭ୍ୟାସ କରିଥିଲେ । ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ହେବା ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.