Below header

ଆଜିଠୁ ଖୋଲିବ ୟୁନିଟ-୧ ହାଟ, ୬ ଦିନ ପରେ ପୁଣି ଦୋକାନୀ ଓ ଗ୍ରାହକଙ୍କ ଲାଗିବ ଭିଡ଼

ଆଜିଠୁ ଖୋଲିବ ୟୁନିଟ-୧ ହାଟ। ଦୀର୍ଘ ୬ ଦିନ ପରେ ପୁଣି ଥରେ ଦୋକାନୀ ଓ ଗ୍ରାହକଙ୍କ ଲାଗିବ ଭିଡ଼ । ଲକ୍ଷଲକ୍ଷ ଟଙ୍କାର ବ୍ୟବସାୟ ହେବ। ଦଶହରା ପୂର୍ବରୁ ଏଠାରେ ଲାଗି ରହିଥିବା ବିବାଦ ସମାଧାନ ହୋଇଥିବାରୁ ବ୍ୟବାସାୟୀମାନଙ୍କ ମନରେ ଖୁସି‌ ଦେଖିବାକୁ ମିଳୁଛି।

ଭୁବନେଶ୍ଵର (କେନ୍ୟୁଜ): ଫିଟିଲା ସମାଧାନର ବାଟ । ଆଜିଠୁ ଖୋଲିବ ୟୁନିଟ-୧ ହାଟ। ଦୀର୍ଘ ୬ ଦିନ ପରେ ପୁଣି ଥରେ ଦୋକାନୀ ଓ ଗ୍ରାହକଙ୍କ ଲାଗିବ ଭିଡ଼ । ଲକ୍ଷଲକ୍ଷ ଟଙ୍କାର ବ୍ୟବସାୟ ହେବ। ଦଶହରା ପୂର୍ବରୁ ଏଠାରେ ଲାଗି ରହିଥିବା ବିବାଦ ସମାଧାନ ହୋଇଥିବାରୁ ବ୍ୟବାସାୟୀମାନଙ୍କ ମନରେ ଖୁସି‌ ଦେଖିବାକୁ ମିଳୁଛି। BMC ସହ ଆଲୋଚନା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ସଭାପତି ସୂଚନା ଦେଇଛନ୍ତି।

ପାର୍କିଂ ସମେତ ଜବରଦଖଲ ଏବଂ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠାରୁ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁନିଟ-୧ ହାଟ ବ୍ୟବସାୟୀ ସଂଘ। ଗତକାଲି ବିଏମସି ଅଧିକାରୀ ହାଟ ପରିଦର୍ଶନ କରିବା ପରେ ଯଥାର୍ଥ ଦାବି ଗୁଡିକ ପୁରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଛନ୍ତି ସଂଘ ସଭାପତି। ସେହିପରି ମୁଖ୍ୟ ପାର୍କିଂ ସମସ୍ୟାକୁ ସମାଧାନ କରିବାକୁ ୨ରୁ ୪ ଦିନ ସମୟ ନେବା ସହ ସମାଧାନ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛି ସଂଘ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.