ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ରୁଲିଂ, ଗୃହରେ ବିବୃତି ରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଧାନସଭାରେ ବିବୃତ୍ତି ରଖିବେ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ବାଚସ୍ପତି ରୁଲିଂ ଦେଇଛନ୍ତି । ପୁରୀ ପଟ୍ଟନାୟକିଆ ଛକ ଟ୍ରିପଲ ମର୍ଡର ଓ କେନ୍ଦ୍ରାପଡ଼ା ଗୁଳିକାଣ୍ଡ ଘଟଣାରେ ଗୃହରେ ଉତ୍ତର ରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଏହି ପ୍ରସଙ୍ଗ ଉଠାଇ ପ୍ରଶ୍ନକାଳରେ ହୋହଲ୍ଲା କରିଥିଲେ ବିଜେପି ସଦସ୍ୟ। ପରେ ଶୂନ୍ୟକାଳରେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲା କଂଗ୍ରେସ ।

ଗତକାଲି ବାଚସ୍ପତି ରୁଲିଂ ଦେଇଥିଲେ, ଗୃହ ରାଷ୍ଟ୍ରମନ୍ତ୍ରୀ ଏହା ଉପରେ ବିବୃତ୍ତି ରଖିବେ। କିନ୍ତୁ ଏଥିରେ ବିରୋଧୀ ସହମତି ପ୍ରକାଶ କରିନଥିଲେ । ଫଳରେ ଗତକାଲି ଅପରାହ୍ଣ ଅଧିବେଶନରେ ସର୍ବଦଳୀୟ ବୈଠକ ପରେ ବାଚସ୍ପତି କହିଥିଲେ, ଦିନେ ଦୁଇଦିନ ମଧ୍ୟରେ ଏହା ଉପରେ ବିଚାର ବିମର୍ଶ କରି ଗୃହରେ ରୁଲିଂ ରଖିବେ। ଏହାପରେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.