ଇତିହାସ ରଚିବ ପ୍ରଭାସଙ୍କ ସାହୋ, ୮ ମିନିଟର ଆକ୍ସନ ସିନ୍ ପାଇଁ ଖର୍ଚ୍ଚ ହୋଇଛି ୭୦ କୋଟି

କିଛି ଦିନ ପରେ ଫ୍ଲୋରକୁ ଆସିବ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ସାହୋ । ହେଲେ ରିଲିଜ୍ ହେବା ପୂର୍ବରୁ ଚର୍ଚ୍ଚାରେ ସାହୋ । ଫିଲ୍ମ ଟିଜର, ପୋଷ୍ଟର ଏବଂ ପ୍ରଥମ ଗୀତ ରିଲିଜ୍ ହୋଇ ସାରିଛି । ସାହୋକୁ ବର୍ଷର ସବୁଠାରୁ ବଡ଼ ଆକ୍ସନ୍ ଏଣ୍ଟରଟେନର୍ ଫିଲ୍ମ କରିବା ପାଇଁ ଜୋରଦାର ଟଙ୍କା ଖର୍ଚ୍ଚ କରୁଛନ୍ତି ମେକର୍ସ ।

ଏବେ ସାହୋକୁ ନେଇ ଆସିଛି ଏକ ବଡ଼ ଖବର । ଫିଲ୍ମର ଗୋଟିଏ ସିନରେ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି ସେଥିରେ ଗୋଟିଏ ଫିଲ୍ମର ବଜେଟ୍ ହୋଇଯିବ । ଶୁଣିବାକୁ ମିଳିଛି ସାହୋର ୮ ମିନିଟର ଲମ୍ବା ଆକ୍ସନ୍ ସିକ୍ବେନ୍ସ ପାଇଁ ମେକର୍ସ ୭୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୭୦ କୋଟି ଟଙ୍କାର ଏହି ଦାମୀ ସିନ୍ ଆବୁ ଧାବୀରେ ସୁଟିଂ ହୋଇଛି ।

ଏହା ସହ ପଢନ୍ତୁ ଦୁଇ ହିରୋଙ୍କ ଏଣ୍ଟ୍ରି ସିନର ବଜେଟ କେବଳ ୪୦ କୋଟି . . . ବାହୁବଳିକୁ ଟପିବ କି ରାଜାମୌଲିଙ୍କ ଏହି ସିନେମା ?

ଫିଲ୍ମର ୯୦ ପ୍ରତିଶତ ଫାଇଟ୍ ସିନ୍ ରିୟଲ୍ । ସାହୋରେ ପ୍ରଭାସଙ୍କ ବିପକ୍ଷରେ ନଜର ଆସିଛନ୍ତି ଶ୍ରଦ୍ଧ । ଯିଏକି ଜଣେ ପୋଲିସ୍ ଅଫିସର୍ । ଏକ ଫିଲ୍ମକୁ ବ୍ଲକବଷ୍ଟର କରିବା ପାଇଁ ଯାହା ଯାହା ଆବଶ୍ୟକ ସେ ସବୁ ଅଛି ସାହୋରେ । ଫିଲ୍ମରେ ମନ୍ଦିରା ବେଦୀ, ନୀଲ୍ ନୀତିନ ମୁକେଶ, ଜାକି ଶ୍ରଫ ଏବଂ ଚଙ୍କି ପାଣ୍ଡେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।

୧୫ ଅଗଷ୍ଟରେ ରିଲିଜ୍ ହେବ ସାହୋ । ତେବେ ସାହୋ ସହ କ୍ଲାସ୍ ହେବ ମିଶନ ମଙ୍ଗଲ ଏବଂ ବାଟଲା ହାଉସ୍ । ଭିନ୍ନ ଭିନ୍ନ କଣ୍ଟେଟ୍ ଉପରେ ଆଧାରିତ ତିନିଟି ଯାକ ଫିଲ୍ମ । ତେବେ ଦେଖିବାକୁ ବାକି ରହିଲା ତିନିଟି ଯାକ ଫିଲ୍ମ ମଧ୍ୟରୁ ବକ୍ସ ଅଫିସରେ କିଏ ମାରିବ ବାଜି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.