ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ସ୍ଥିତି ସ୍ୱାଭାବିକ କରିବାକୁ ତ୍ୱରିତ ପଦକ୍ଷେପ ନିଆଯାଉଛି

ଭୁବନେଶ୍ଵର (କେନ୍ୟୁଜ ବ୍ୟୁରୋ): ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ ନାୟକ। ବନ୍ୟା ଦ୍ୱାରା ବହୁ ଜିଲ୍ଲାର ଅନେକ ଗାଁ ଜଳମଗ୍ନ ହୋଇଛି। ଯୋଗାଯୋଗ ବିଛିନ୍ନ ହେବା ସହ ବହୁ ଘର ଭାଙ୍ଗିଛିି । ଏପରିସ୍ଥଳେ ସ୍ଥିତି ସ୍ୱାଭାବିକ କରିବାକୁ ତ୍ୱରିତ ପଦକ୍ଷେପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ସେପଟେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବନ୍ୟାସ୍ଥିତିର ସମୀକ୍ଷା ବୈଠକ କରୁଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହ ଚାଲିଥିବା ସମୀକ୍ଷା ବୈଠକରେ ଉପସ୍ଥିତ ଅଛନ୍ତି ମୁଖ୍ୟ ସଚିବ, ଜଳ ସମ୍ପଦ ସଚିବ ପ୍ରମୁଖ ଉପସ୍ଥିତ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.