Below header

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି, ବ୍ରେନ୍‌ ସର୍ଜରୀ ପରେ ଥିଲେ ଭେଣ୍ଟିଲେଟରରେ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆଜି ପରଲୋକ ହୋଇଛି। ଟ୍ୱିଟ କରି ପୁଅ ଅଭିଜିତ ମୁଖାର୍ଜୀ ଏହି ସୂଚନା ଦେଇଛନ୍ତି।ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସେ ୧୧ ଡିସେମ୍ବର ୧୯୩୫ ମସିହାରେ ପଶ୍ଚିମ ବଙ୍ଗର ମିରାଟି ନାମକ ଏକ ଗାଁରେ ଜନ୍ମ ଗ୍ରହଣ କରିଥିଲେ । ବ୍ରେନ୍‌ରେ କିଛି ଅସୁବିଧା ପାଇଁ ତାଙ୍କର ସର୍ଜରୀ କରାଯାଇଥିଲା ।

ବ୍ରେନ୍‌ ସର୍ଜରୀ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଆର୍ମି ରିସର୍ଚ୍ଚ ଏଣ୍ଡ୍‌ ରେଫରାଲ୍‌ ହସ୍‌ପିଟାଲରେ ତାଙ୍କର ବ୍ରେନ୍‌ ସର୍ଜରୀ ହୋଇଥିଲା । ତାଙ୍କର କୋଭିଡ୍‌ ପଜେଟିଭ୍‌ ଜଣାପଡିବା ପରେ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ନିୟମିତ ଚେକ୍‌ ଅପ୍‌ ସମୟରେ ତାଙ୍କର କରୋନା ପଜେଟିଭ୍‌ ଜଣାପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.