ପୋଲାଭରମ ପ୍ରକଳ୍ପ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ଯୁଜ୍) : ପୋଲାଭରମ ପ୍ରକଳ୍ପ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିବାଦୀୟ ପୋଲାଭରମ୍‌ ପ୍ରକଳ୍ପ ମାମଲାରେ ଜନଶୁଣାଣି ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ସହ ଶନିବାର ସୁଦ୍ଧା ଟର୍ମ ଆଣ୍ଡ କଣ୍ଡିସନ୍‌ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


ଜନ ଶୁଣାଣିର ମାନଦଣ୍ଡ ପୁନଃ ନିର୍ଦ୍ଧାରଣ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ବୁଡ଼ି ଅଂଚଳରେ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ଜନ ଶୁଣାଣି ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଯୋଗୁଁ, ଓଡ଼ିଶାର ମାଲକାନଗିରି ଜିଲ୍ଲାର ଆଦିବାସୀଙ୍କ ଅଧିକାର ଓ ଦାବି ପୁରଣ ନେଇ ରାସ୍ତା ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.