ରାଜ୍ୟରେ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ମିଳିବ ସୁବିଧା, ବାଗଚୀ କରୁଣାଶ୍ରୟ ସିଟି ସ୍ପେଶ୍‌ ଆଣ୍ଡ ହୋମ୍‌ କେୟାର ସର୍ଭିସର ହେଲା ଶୁଭାରମ୍ଭ

ଭୁବନେଶ୍ବର(କେନ୍ଯୁଜ୍): କର୍କଟ ଚିକିତ୍ସା କ୍ଷେତ୍ରରେ ନୂଆ ଅଧ୍ୟାୟ । ଭୁବନେଶ୍ୱର ଗଣ୍ଡମୁଣ୍ଡାଠାରେ ବାଗଚୀ କରୁଣାଶ୍ରୟ ସିଟି ସ୍ପେଶ୍‌ ଆଣ୍ଡ ହୋମ୍‌ କେୟାର ସର୍ଭିସର ଲୋକାର୍ପିତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପତ୍ର । ରାଜ୍ୟରେ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ସୁବିଧା ପାଇଁ ବାଗଚୀ-କରୁଣାଶ୍ରୟ ସିଟି ସ୍ପେଶ୍‌ ଏବଂ ପାଲିଆଟିଭ୍‌ ହୋମ୍‌ କେୟାର ସର୍ଭିସ୍‌ର ଶୁଭାରମ୍ଭ କରାଯାଇଛି । ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ସହ ସ୍ୱାକ୍ଷରିତ ହୋଇଛି ବୁଝାମଣପତ୍ର।

bagchi mou

ବାଗ୍‌ଚୀ ଦମ୍ପତ୍ତି ଏହି ସଂସ୍ଥାକୁ ୧୩୦ କୋଟି ଟଙ୍କା ପ୍ରଦାନ କରିଥିଲେ । ସେହିପରି ରାଜ୍ୟ ସରକାର ବିନା ମୂଲ୍ୟରେ ୨୦ ଏକର ଜମି ଯୋଗାଇଥିଲେ । ଆଗାମୀ ଏକ ବର୍ଷ ମଧ୍ୟରେ ରାଜ୍ୟରେ ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ କାର୍ଯ୍ୟ ସମାପ୍ତ ହେବ । ଏହି ଅନୁଷ୍ଠାନ ଓଡ଼ିଶାରେ ନୂଆ ସମ୍ଭାବନା ସୃଷ୍ଟି କରିବ । ଏହି ଅନୁଷ୍ଠାନରେ ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଓ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବ ।

bagchi

ପାଇଲଟ୍‌ ପ୍ରକଳ୍ପ ଭାବେ ଗତ ଅକ୍ଟୋବର ୧୮ତାରିଖରୁ ଏହି ଚିକିତ୍ସାନୁଷ୍ଠାନ ଆରମ୍ଭ ହୋଇଛି । ପ୍ରାଥମିକ ଭାବେ ୭୨ଜଣ ରୋଗୀ ସେମାନଙ୍କ ଘରେ ପାଲିଆଟିଭ୍‌ କେୟାର ଏବଂ ୭ଜଣ କଟକରେ ଚିକିତ୍ସିତ ହୋଇଥିଲେ । କାର୍ଯ୍ୟକ୍ରମରେ ସୁବ୍ରତ ବାଗ୍‌ଚୀ, ସୁସ୍ମିତା ବାଗ୍‌ଚୀ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ, ଡାକ୍ତର ବବିତା ଭାର୍କେ ପ୍ରମୁଖ ଉପସ୍ଥିତ ଥିଲେ । ସୁବ୍ରତ ବାଗଚୀ ଏବଂ ସୁସ୍ମିତା ବାଗ୍‌ଚୀଙ୍କ ତତ୍ତ୍ୱାବଧାନରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.