Below header

ବାଙ୍କୀ ନୂଆଗାଁରେ ଅଭାବନୀୟ ଘଟଣା, ଦାଣ୍ଡରେ ଖେଳୁଥିବା ବେଳେ ଗରାରେ ପଶିଗଲା ଶିଶୁ

ବାଙ୍କୀ : ଖେଳୁଥିବା ବେଳେ ଗରାରେ ଫସିଗଲା ଶିଶୁ। ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ସୁରକ୍ଷିତ ଭାବେ ଉଦ୍ଧାର ପାଇଲା ଶିଶୁ। ବାଙ୍କୀ ଥାନା କିଆପଲା ପଞ୍ଚାୟତର ନୂଆଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।

gara ଗାଁର ହରେକୃଷ୍ଣ ରାଉତଙ୍କ ଅଢେଇ ବର୍ଷର ଶିଶୁ ପୁଅ ଦାଣ୍ଡରେ ଖେଳୁଥିବା ବେଳେ ଷ୍ଟିଲ ଗରା ମଧ୍ୟରେ ପଶିଯାଇଥିଲା। ଘରଲୋକ, ସାଇପଡ଼ିଶା ଯେତେ ଚେଷ୍ଟା କଲେ ମଧ୍ୟ ବାହାରକୁ ବାହାରି ପାରିନଥିଲା। ଶେଷରେ ବାଙ୍କୀ ଅଗ୍ନିଶମ ବିଭାଗକୁ ଏନେଇ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀମାନେ ପ୍ରାୟ ଦେଢଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଗରାକୁ କାଟି ଶିଶୁକୁ ଉଦ୍ଧାର କରିଛନ୍ତି। ବର୍ତ୍ତମାନ ଶିଶୁର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.