Below header

ବିମାନ ବନ୍ଦର ଛାତ ଭୁଶୁଡ଼ିବା ଘଟଣା: ଆରମ୍ଭ ହୋଇଛି ଖୋଳତାଡ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ବର: ବିମାନ ବନ୍ଦର ଛାତ ଭୁଶୁଡ଼ିବା ଘଟଣାର କାରଣ ଖୋଜା ଆରମ୍ଭ ହୋଇଛି। କିଭଳି, କେଉଁ ପରିସ୍ଥିତିରେ ଭୁଶୁଡ଼ିଲା ଛାତ, ସୁରକ୍ଷାର ସମସ୍ତ ବନ୍ଦୋବସ୍ଥ ହୋଇଥିଲା କି ଏଭଳି ବିଭିନ୍ନ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ଉଭୟ କମିସନରେଟ ପୋଲିସ ଓ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପୃଥକ ପୃଥକ ଭାବେ ଘଟଣାର ତଦନ୍ତ ଆରମ୍ଭ କରିଥିବା ବିମାନ ବନ୍ଦର ପକ୍ଷରୁ କୁହାଯାଇଛି।  ବିମାନ ବନ୍ଦର ନିର୍ଦ୍ଦେଶକ ବରୁଣ ରାଓ ସୂଚନା ଦେଇ ତଦନ୍ତ ସଂପର୍କରେ ସ୍ପଷ୍ଟ କରିଛନ୍ତି। ତେବେ ବିମାନ ଚଳାଚଳ ସ୍ୱାଭାବିକ ରହିଛି। ଭୁଶୁଡ଼ିଥିବା ଅଞ୍ଚଳ ବିମାନ ଚଳାଚଳ ଅଞ୍ଚଳ ବର୍ହିଭୂତ ଜାଗା ବୋଲି ସେ ସ୍ପଷ୍ଟ କରିଛନ୍ତି।

1ସେପଟେ ବିମାନ ବନ୍ଦରର ଛାତ ଭୁଶୁଡ଼ିବା ଘଟଣାର ପ୍ରତିକ୍ରିୟା ରଖିଛି ବିଜେଡି । ମନୁଷ୍ୟକୃତ ଦୁର୍ଘଟଣାରେ ବିଜେପିର ଅଭ୍ୟାସଗତ ରାଜନୀତିରେ ଦଳ ବିଶ୍ୱାସ କରେ ନାହିଁ । ଏହି ଅଘଟଣର ଏକ ନିରପେକ୍ଷ ତଦନ୍ତ ଦାବି କରିଛି ବିଜେଡି। ଦୋଷୀଙ୍କ ବିରୋଧରେ ଦୃଢ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି ବୋଲି କହିଛନ୍ତି ମୁଖପାତ୍ର ସସ୍ମିତ ପାତ୍ର। ଗତରାତିର ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଏହାସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛି ବିଜେଡି। ତାଙ୍କ ପରିବାରକୁ ଆବଶ୍ୟକତ କ୍ଷତିପୂରଣ ଓ ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.