Below header

ଭାରତୀୟ ବଜାରରେ ଲଞ୍ଚ ହେଲା Lenovo Tab M10 , ମିଳିବ ଏହି ସବୁ ସୁବିଧା

ପ୍ରତିଷ୍ଠିତ ଟେକ କମ୍ପାନୀ ଲେନୋଭୋ ଭାରତୀୟ ବଜାରରେ ନିଜ ନୂଆ ଟ୍ୟାବ ଲେନୋଭୋ ଲଞ୍ଚ କରିଛି । କମ୍ପାନୀ ତରଫରୁ ଏହି ଟ୍ୟାବର ଦର ୧୩,୯୯୦ ଟଙ୍କା ରଖାଯାଇଛି । ସୋସିଆଲ କମର୍ସ ସାଇଟ ଫ୍ଲିପକାର୍ଟ ଜରିଆରେ ହିଁ ଏହାର ବିକ୍ରି ଆରମ୍ଭ କରାଯିବ । ଏଥିରେ ଗ୍ରାହକ ମାନଙ୍କୁ ମଧ୍ୟ ଦମଦାର ଅଫର ମିଳିପାରିବ । ଫିଚର୍ସ କଥା କହିଲେ ଟ୍ୟାବରେ ୧୦.୧ ଇଞ୍ଚର ଏଚଡ଼ି ଡିସ୍ପ୍ଲେ ସହ ୧୯୨୦ ଢ ୧୨୦୦ ରିଜୋଲୁସନ ମଧ୍ୟ ମିଳିବ । ଟ୍ୟାବରେ ୧.୮  କଲକ୍ରମ ଓ ସ୍ନାପ ଡ୍ରାଗନ ୪୫୦ ପ୍ରୋସେସରର ସୁବିଧା ମଧ୍ୟ ମିଳିପାରିବ । ଏହାବାଦ ସେଥିରେ ୩ ଜିବି ରାମ ସହ ୩୨ ଜିବି ଷ୍ଟୋରେଜର ସପୋର୍ଟ ମିଳିବ ।

lenovo

ଯେଉଁ ଥିରେ ୧୨୮ ଜିବି ମେମୋରୀ କାର୍ଡ଼ର ମଧ୍ୟ ସାହାଯ୍ୟ ମିଳିପାରିବ । କ୍ୟାମେରା ହିସାବରେ ଏଥିରେ ୮ ମେଗା ପିକଶଲାର ରିୟର କ୍ୟାମେରା ଓ ୫ ମେଗା ପିକଶଲର ଫ୍ରଣ୍ଟ କ୍ୟାମେରା ରହିବ । ରିୟର କ୍ୟାମେରା ସହ ଏଲଇଡ଼ି ଫ୍ଲସ ଲାଇଟର ସପୋର୍ଟ ମିଳିବ ବୋଲି କମ୍ପାନୀ ତରଫରୁ ଦାବି କରାଯାଇଛି । ଏହି ଟ୍ୟାବରେ ୭୦୦୦ଜ୍ଞଇ ଷ ବ୍ୟାଟେରୀର ସୁବିଧା ମିଳିବ ଯାହା ୧୨ ଘଣ୍ଟା ଯାଏଁ ବ୍ୟାଟେରୀ ଵ୍ୟାକଅପ ଦେବାର ଦାବି କରୁଛି । ଲେନୋଭୋ ଟ୍ୟାବରେ ଏଣ୍ଡ୍ରଏଡ଼ ପାଇ ୯.୦ ଆଉଟ ଅଫ ବକ୍ସ ମିଳିପାରିବ । ଏସବୁ ବାଦ ଏଥିରେ ଡୁଆଲ ଫ୍ରଣ୍ଟ ସ୍ପିକରର୍ସର ସପୋର୍ଟ ମଧ୍ୟ ମିଳିବ । କନେକ୍ଟିଭିଟି ନେଇ ଏଥିରେ ୱାଇଫାଇ, ୪ ଜି, ବଳୁଟୁଥ ୪.୨, ଜିପିଏସ, ୩.୫ ଏମଏଚ ର ହେଡ଼ଫୋନ ଯାକ ଓ ମାଇକ୍ରୋ ୟୁଏସବିର ସପୋର୍ଟ ଦିଆଯାଇଛି ।

lenovo

ଏହି ଫୋନର ୱାଇଫାଇ ଭରିୟାଣ୍ଟ ୯,୯୯୯ ଟଙ୍କାରେ ଫ୍ଲିପ କାର୍ଟରେ ଉପଲବ୍ଧ ହେଉଛି । କହି ରଖିବା ଉଚିତ କି ନିକଟ ଅତୀତରେ ଲେନୋଭୋ ଲସ ବେଗୋସ ଠାରେ ଚାଲିଥିବା ଇଲେକ୍ଟ୍ରୋନିକ କଂଜୟୁମର ସୋରେ ପୃଥିବୀର ସର୍ଵପ୍ରଥମ ଫୋଲଡ଼ବଲ ଟ୍ୟାବକୁ ସର୍ବ ସମ୍ମୁଖକୁ ଆଣିଥିଲା । କମ୍ପାନୀ ନିଜ ଏହି ଟ୍ୟାବର ମୂଲ୍ୟ ଠୀଙ୍କ ଯେଉଁଥିରେ ଫୋଲଡ଼ଵଲ ଫୋଲଡ଼ଏବଲ ଫ୍ୟାସିଲିଟି ମଧ୍ୟ ମିଳିବ । ଯାହାର ବଜାରରେ ଦର ପାଖାପାଖି ୧,୭୯,୪୦୦ ରହିବ । କିନ୍ତୁ ବଜାରକୁ ଏହା କେତେବେଳେ ଆସିବ ସେନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.