Xiaomiର ସବୁଠାରୁ ଶସ୍ତା ସ୍ମାର୍ଟଫୋନ ହେଲା ଆହୁରି ଶସ୍ତା, ଏବେ କେବଳ ୪,୨୯୯ ଟଙ୍କାରେ

ସାଓମି ଭାରତରେ ନିଜର ସ୍ମାର୍ଟଫୋନର ଦାମରେ ଲଗାତର ହ୍ରାସ କରୁଛି। ନିକଟରେ ସାଓମି ରେଡମି କେ୨୦ ପ୍ରୋ ଏବଂ ଏମଆଇ ଏ୩ ଦାମ କମ୍‌ କରିଛି। ସେହିପର ଏବେ ରେଡମି ଗୋ (Redmi Go)ର ଦାମ ମଧ୍ୟ କମ୍‌ କରିଦେଇଛି। ସାଓମି ରେଡମି ଗୋକୁ ଏବେ କେବଳ ୪,୪୯୯ ଟଙ୍କାରେ କିଣିପାରିବେ। ପୂର୍ବରୁ ଏହାର ଦାମ ଥିଲା ୪,୭୯୯ ଟଙ୍କା। ଅର୍ଥାତ ଏବେ ଆପଣ ମାତ୍ର ସାଢ଼େ ୪ହଜାର ଟଙ୍କାରେ ସାଓମି ଭଳି ସ୍ମାର୍ଟଫୋନ ବ୍ୟବହାର କରିପାରିବେ।

ରେଡମି ଗୋର ସ୍ପେସିଫିକେସନ୍‌

redmiXiaomi Redmi Goରେ ୫ ଇଞ୍ଚର ଏଚଡି ଡିସପ୍ଲେ ମିଳିବ ଯାହାର ରିଜୋଲ୍ୟୁସନ 720×1280 ପିକ୍ସେଲ ରହିଛି। ଏହାଛଡା ଏହି ଫୋନର କ୍ୱାଲକମ୍‌ ସ୍ନାପଡ୍ରାଗନ ୪୨୫ ପ୍ରୋସେସର ରହିଛି। ସେହିପରି ଏଥିରେ ଗ୍ରାଫିକ୍ସ ପାଇଁ ୩୦୮ GPU ମିଳିବ। ରେଡମି ଗୋରେ ୧ ଜିବି ରାମ ଏବଂ ୮ ଜିବି ଷ୍ଟୋରେଜ୍‌ ରହିଛି ଏବଂ ଏହାକୁ ମେମୋରୀ କାର୍ଡ ସାହାଯ୍ୟରେ ୧୨୮ ଜିବି ପଯ୍ୟର୍ନ୍ତ ବଢ଼ାଇପାରିବେ।

କ୍ୟାମେରା

ଫୋନର କ୍ୟାମେରା ବିଷୟରେ କହିବାକୁ ଗଲେ ଏଥିରେ ୮ ମେଗାପିକ୍ସେଲର ରିୟର କ୍ୟାମେରା ରହିଛି ଯାହାର ଅପର୍ଚର  f/2.0 ଅଟେ। ସେହିପରି ଫ୍ରଣ୍ଟ କ୍ୟାମେରା ୫ ମେଗାପିକ୍ସେଲର ଅଟେ ଯାହାର ଅପର୍ଚର f/2.2 ଅଟେ। ରିୟର କ୍ୟାମେରା ସହିତ ଆପଣଙ୍କୁ ଫ୍ଲାସ୍‌ ଲାଇଟ ମିଳିବ। ଏହି ଫୋନରେ ଆଣ୍ଡ୍ରଏଡ୍‌ ଗୋ ଦିଆଯାଇଛି ଏବଂ ଏଥିରେ ଗୁଗଲ ଗୋ,ୟୁଟ୍ୟୁବ ଗୋ ଭଳି ସମସ୍ତ ଗୋ ଭର୍ସନ ଆପ୍‌ ମିଳିବ। ଏହି ଆପକୁ ଖାସ୍‌ କରି କମ୍‌ ରାମ ବିଶିଷ୍ଟ ଫୋନ ପାଇଁ ପ୍ରସ୍ତୁତ କରାଯାଇଛି।

goରେଡମି ଗୋ କନେକକ୍ଟିଭିଟୀ

ଏହି ଫୋନରେ ୩୦୦mah ବ୍ୟାଟେରୀ ଦିଆଯାଇଛି ଏବଂ କନେକ୍ଟିଭିଟୀ ପାଇଁ ଏଥିରେ ସିମ୍‌ ସପୋର୍ଟ, ମାଇକ୍ରୋ ୟୁଏସବି ପୋର୍ଟ, ଓ୍ଵାଇ-ଫାଇ, ବ୍ଲୁଟୁଥ୍‌ ୪.୨ ଏବଂ 4G LTEର ସପୋର୍ଟ ମିଳିବ। ଫୋନରେ ୩.୫ ଏମଏମର ହେଡଫୋନ ଜ୍ୟାକ୍‌ ମଧ୍ୟ ଅଛି। ଫୋନରେ ଆପଣ ଏକା ସାଥିରେ ଦୁଇ ସିମ୍‌ କାର୍ଡ ଏବଂ ମେମୋରୀ କାର୍ଡ ବ୍ୟବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.