ନୋରା ଫତେହୀଙ୍କ ଆଗରେ ଫିକା ପଡିଲେ ଶ୍ରଦ୍ଧା କପୁର ଏବଂ ବରୁନ ଧବଓ୍ଵ, ଜାଣନ୍ତୁ ପ୍ରଥମ ଦିନର କଲେକ୍ସନ

ବଲିଉଡ୍‌ ଆକ୍ଟର ବରୁଣ ଧଓ୍ଵନ ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ଷ୍ଟ୍ରିଟ ଡ୍ୟାନ୍ସର 3D ଗତକାଲି ରିଲିଜ୍‌ ହୋଇଛି। ଏହି ଫିଲ୍ମର ପ୍ରଥମ ଦିନରେ ମଧ୍ୟ ଦର୍ଶକଙ୍କର ମଧ୍ୟ ଖୁବ୍‌ ଭଲ ପ୍ରତିକ୍ରିୟା ମିଳିଛି। ସୂଚନା ମୁତାବକ ଫିଲ୍ମ ପ୍ରଥମ ଦିନରେ ୧୦ କୋଟି ଟଙ୍କା ଆୟ କରିଛି। ଏହି ଫିଲ୍ମକୁ ଭାରତରେ ୩୭୦୦ ସ୍କ୍ରିନ୍‌ ଏବଂ ବିଦେଶରେ ୭୧୦ଟି ସ୍କ୍ରିନ୍‌ ରେ ରିଲିଜ୍‌ କରାଯାଇଛି।

3D-Movieଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଏହାର ଗୀତ ଦର୍ଶକଙ୍କ ଲୋକପ୍ରିୟତା ହାସଲ କରିଥିଲା। ଏହି ଫିଲ୍ମରେ ନୋରା ଫତେହୀଙ୍କ ଠୁମକା ଏବଂ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି। ଫିଲ୍ମରେ ବରୁଣ ଧବଓ୍ଵ ସହଜ ନାମକ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ବରୁନ ଏକ ଡ୍ୟାନ୍ସ ପ୍ରତିଯୋଗୀତାରେ ହାରି ଯିବା ପରେ ତାଙ୍କ ମନ ଭାଙ୍ଗିଯାଇଥିଲା। ଯାହାପରେ ସେ ଭାରତ ଯାଇ ଖୁବ୍‌ ଟଙ୍କା ଏକାଠି କରିଥିଲେ ଏବଂ ପୁଣିଥରେ ଲଣ୍ଡନ ଫେରି ସେଠାରେ ଡ୍ୟାନ୍ସ ଷ୍ଟୁଡିଓ ଖୋଲିଥିଲେ।