Below header

ଆତ୍ମହତ୍ୟା କଲେ ‘ଦିଲ ତୋ ହେ ହାପି ହାପି’ ସିରିଏଲର ଅଭିନେତ୍ରୀ ସେଜଲ ଶର୍ମା

ବଲିଉଡରେ ପ୍ରଫେକ୍ସନିଷ୍ଟ ଭାବେ ଜଣା ଅମୀର ଖାଁଙ୍କ ସହ କାମ କରିସାରିଥିବା ଟେଲିଭିଜନ ଜଗତର ଚର୍ଚିତ ଅଭିନେତ୍ରୀ ସେଜଲ ଶର୍ମା ମୁମ୍ବାଇ ସ୍ଥିତର ମୀରା ରୋଡ଼ରେ ଥିବା ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ପୋଲିସକୁ ଘଟଣା ସ୍ଥଳରୁ ଏକ ସୂଈସାଇଡ ନୋଟ ବି ମିଳିଛି । ନୋଟରେ ଆତ୍ମହତ୍ୟାର କାରଣ ସମ୍ପୂର୍ଣ ବ୍ୟକ୍ତିଗତ ବୋଲି ଦର୍ଶାଯାଇଛି । ଖବର ପ୍ରସାରଣ ପରେ ମୀରା ରୋଡ଼ର ସ୍ଥାନୀୟ ଅଂଚଳରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି । ସୂଚନା ମୁତାବକ ଏବେକା ସମୟରେ ଟେଲିଭିଜନ ଜଗତର ଅଧିକାଂଶ କଳାକାର ମୀରା ରୋଡ଼ ଠାରେ ହିଁ ବସବାସ କରୁଛନ୍ତି ।

sejala sharma

କହି ରଖିବା ଉଚିତ କି ଷ୍ଟାର ପ୍ଲସରେ ପ୍ରସାରିତ ହୋଇଥିବା ଦିଲ ତୋ ହାପି ହେ ସିରିଏଲରୁ ସେଜଲ ଲୋକପ୍ରିୟତା ହାସଲ କରିଥିଲେ । ଟେଲିଭିଜନ ଜଗତର ଆଉ ଜଣେ ପ୍ରତିଷ୍ଠିତ ଅଭିନେତା କୁଶଳ ପଂଜାବୀ ବି ନିକଟରେ ହିଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଲିସ ସୂତ୍ର ଅନୁଯାୟୀ ସେଯାଲ ନିଜ ବ୍ୟକ୍ତିଗତ ଜୀବନକୁ ନେଇ କିଛି ଦିନ ହେବ ଗଭୀର ଚିନ୍ତିତ ଥିଲେ । ମୃତ୍ୟୁ ପୂର୍ବଦିନ ଗୁରୁବାର ରାତିରେ ବି ସେ ନିଜ ସାଙ୍ଗ ସାଥୀଙ୍କ ସହ ଡେରି ରାତି ଯାଏଁ କଥା ହେଇଥିଲେ ।

ଏହାକୁ ସେ ମନୋରଞ୍ଜନ ଜଗତର ଡିପ୍ରେସନ ମାମଲା ଜନିତ ମୃତ୍ୟୁ ଧରି ମାମଲା ଦାୟର କରିଛି । ମୀରା ରୋଡ଼ ସ୍ଥିତ ଥାନାରେ ଏକ ଡେଥ ରିପୋର୍ଟ ଅନୁସାରେ ମାମଲା ଦର୍କ କରିଛି । ମୃତ୍ୟୁ ପୂର୍ବରୁ ଏହି ଟେଲି ଅଭିନେତ୍ରୀ ଜଣକ ନିଜ ସାଙ୍ଗ ମାନଙ୍କ ସହ ମୀରା ରୋଡ଼ ସ୍ଥିତ ପୂର୍ବ ରୟାଲ ଷ୍ଟ୍ରିଟ ସୋସାଇଟିରେ ବାସ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.