କିମ୍ସ ହସ୍ପିଟାଲରେ ଉଦଘାଟନ ହେଲା ଶିଶୁ ଉଦ୍ୟାନ, ଚିକିତ୍ସା ପାଇଁ ଆସୁଥିବା ଶିଶୁ ଖେଳିପାରିବେ

ମାତୃ ଓ ଶିଶୁଙ୍କ ସୁବିଧା ପାଇଁ କିମ୍ସରେ ବ୍ୟାପକ ବ୍ୟବସ୍ଥା ରହିଥିବା ବେଳେ ରବିବାର ଡକ୍ଟର ସାମନ୍ତ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଶିଶୁ ଉଦ୍ୟାନକୁ ଲୋକାର୍ପଣ କରିଛନ୍ତି । ଏଠାରେ ପିଲାଙ୍କ ମନୋରଞ୍ଜନ ପାଇଁ ସ୍ଲାଇଡର ଠାରୁ ଆରମ୍ଭ କରି ଦୋଳି ଓ ଅନ୍ୟାନ୍ୟ ଖେଳ ବ୍ୟବସ୍ଥା ରହିଛି ।

ଭୁବନେଶ୍ବର(କେନ୍ୟୁଜ୍): କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସେସ୍‌, କିମ୍ସ ପରିସରରେ ଶିଶୁମାନଙ୍କ ପାଇଁ ଏକ ସୁନ୍ଦର ଶିଶୁ ଉଦ୍ୟାନକୁ କିଟ୍‌, କିସ୍‌ ଓ କିମ୍ସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଉଦ୍‌ଘାଟନ କରିଛନ୍ତି । ମାତୃ ଓ ଶିଶୁଙ୍କ ସୁବିଧା ପାଇଁ କିମ୍ସରେ ବ୍ୟାପକ ବ୍ୟବସ୍ଥା ରହିଥିବା ବେଳେ ରବିବାର ଡକ୍ଟର ସାମନ୍ତ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଶିଶୁ ଉଦ୍ୟାନକୁ ଲୋକାର୍ପଣ କରିଛନ୍ତି । ଏଠାରେ ପିଲାଙ୍କ ମନୋରଞ୍ଜନ ପାଇଁ ସ୍ଲାଇଡର ଠାରୁ ଆରମ୍ଭ କରି ଦୋଳି ଓ ଅନ୍ୟାନ୍ୟ ଖେଳ ବ୍ୟବସ୍ଥା ରହିଛି ।

କିମ୍ସକୁ ଚିକିତ୍ସା ପାଇଁ ଆସୁଥିବା ଶିଶୁ କିମ୍ବା ମା’ମାନେ ସେମାନଙ୍କ ଶିଶୁଙ୍କୁ ଏଠାରେ ବିନା ଦ୍ୱିଧାରେ ଖେଳିବା ପାଇଁ ଛାଡ଼ି ପାରିବେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ସିବିକେ ମହାନ୍ତି, କିମ୍ସ ମେଡିକାଲ୍‌ କଲେଜ ଅଧ୍ୟକ୍ଷ ପ୍ରଫେସର ଅମ୍ବିକା ପ୍ରସାଦ ମହାନ୍ତି, କିମ୍ସ ମେଡିକାଲ୍‌ ଅଧୀକ୍ଷକ ଡାକ୍ତର ରାମଚନ୍ଦ୍ର ଦାସଙ୍କ ସମେତ କିମ୍ସର ବହୁ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.