ଆଜି ଶ୍ରୀମନ୍ଦିରରେ ପବିତ୍ର ଚିତାଲାଗି ଅମାବାସ୍ୟା, ସାଧାରଣ ଦର୍ଶନ ପ୍ରାୟ ୪ ଘଣ୍ଟା ଧରି ବନ୍ଦ ରହିବ

ଆଜି ଶ୍ରୀମନ୍ଦିରରେ ପବିତ୍ର ଚିତାଲାଗି ଅମାବାସ୍ୟା। ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ମଧ୍ୟରେ ଶ୍ରୀବିଗ୍ରହ ମାନଙ୍କ ଚିତାଲାଗି ଅନୁଷ୍ଠିତ ହେବ।

ଆଜି ଶ୍ରୀମନ୍ଦିରରେ ପବିତ୍ର ଚିତାଲାଗି ଅମାବାସ୍ୟା। ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ମଧ୍ୟରେ ଶ୍ରୀବିଗ୍ରହ ମାନଙ୍କ ଚିତାଲାଗି ଅନୁଷ୍ଠିତ ହେବ। ସ୍ନାନପୂର୍ଣ୍ଣମୀରେ ଅତ୍ୟଧିକ ସ୍ନାନ ହେତୁ ମହାପ୍ରଭୁ ଅଣସର ପିଣ୍ଡିରେ ଜ୍ୱରରେ ପୀଡିତ ହୋଇପଡିଥିବାବେଳେ ସୁବର୍ଣ୍ଣ ଖଚିତ ଚିତାକୁ ଲାଗି କରାଯାଇଥିଲା।

ସେହି ଚିତକୁ ଭଣ୍ଡାର ଘରେ ସୁରକ୍ଷିତ ରଖାଯାଇଥିବାବେଳେ ଆଜି ଅମାବାସ୍ୟା ତିଥିରେ ବଣ୍ଡାର ଘରୁ ଅଣାଯାଇ ମହାପ୍ରଭୁଙ୍କ ଶ୍ରୀମସ୍ତକରେ ଲାଗି କରାଯିବ। ଏହା ଗୁପ୍ତ ନୀତି ହୋଇଥିବାରୁ ପ୍ରଥମ ଭୋଗମଣ୍ଡପ ନୀତି ପରେ ଦିନ ୨ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଚିତା ଲାଗି କରାଯିବ। ଏହି ସମୟରେ ସାଧାରଣ ଦର୍ଶନ ପ୍ରାୟ ୪ ଘଣ୍ଟା ଧରି ବନ୍ଦ ରହିବ। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.