ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଟ୍ରେନରେ ନିଆଁ, ବ୍ୟାଟେରୀ ବକ୍ସରେ ନିଆଁ ଲାଗିଥିବା ସୂଚନା
ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା । ଭୋପାଳରୁ ନୂଆଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନର ଏକ କୋଚର ବ୍ୟାଟେରୀ ବକ୍ସରେ ନିଆଁ ଲାଗିଛି । ଖବର ଜଣାପଡିବା ପରେ ନିଆଁକୁ ଆୟତ୍ତ କରାଯାଇଥିବା ରେଳ ଅଧିକାରୀ କହିଛନ୍ତି ।
ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଟ୍ରେନରେ ନିଆଁ ଲାଗିଛି । ଟ୍ରେନର ବ୍ୟାଟେରୀ ବକ୍ସରେ ନିଆଁ ଲାଗିଥିବା ଜଣେ ରେଳ ଅଧିକାରୀ ସୂଚନା ଦେଇଛନ୍ତି । ସୋମବାର ଦିନ ସକାଳ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ନୂଆଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନର ଏକ କୋଚର ବ୍ୟାଟେରୀ ବକ୍ସରେ ନିଆଁ ଲାଗିଛି । ଏହି କୋଚରେ ୨୦-୨୨ ଜଣ ଯାତ୍ରୀ ଥିଲେ, ସେମାନଙ୍କୁ ତରନ୍ତ ଅନ୍ୟ ଏକ କୋଚକୁ ସିଫ୍ଟ କରାଯାଇଛି । ତେବେ ଘଟଣାରେ କେହି ଆହତ ହୋଇନାହାନ୍ତି ।
ଖବର ମୁତାବକ, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ନୂଆଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନର ସି-୧୨ କୋଚର ବ୍ୟାଟେରୀ ବକ୍ସରେ ନିଆଁ ଲାଗିଥିବା କିଛି ରେଳ ଅଧିକାରୀ ଦେଖିବାକୁ ପାଇଥିଲେ । ଏହାପରେ ରାଣୀ କମଳାପତି-ହଜରତ ନିଜାମୁଦିନ ବନ୍ଦ ଭାରତ ଟ୍ରେନକୁ ବିଦିଶା ଜିଲ୍ଲାର କୁରଓ୍ଵାଇ ଏବଂ କେଥୋରା ଷ୍ଟେସନ ମଧ୍ୟରେ ରୋକି ଦିଆଯାଇଥିଲା । ଏହା ଜାଣିବା ପରେ ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଥିଲା ।
#WATCH | Madhya Pradesh | A fire was reported in battery box of one of the coaches in a Vande Bharat Express at Kurwai Kethora station. Fire brigade reached the site and extinguished the fire. All passengers are safe. No injuries reported. The fire is limited to Battery Box Only.… pic.twitter.com/E2s9ED99VH
— ANI MP/CG/Rajasthan (@ANI_MP_CG_RJ) July 17, 2023
ତୁରନ୍ତ ନିଆଁ ଲାଗିବା ପରେ ଲୋକମାନଙ୍କୁ ସେ କୋଚରୁ ସିଫ୍ଟ କରାଯାଇଥିଲା । ତେବେ ଘଟଣାରେ କେହି ମୃତାହତ ହୋଇନାହାନ୍ତି ବୋଲି ରେଳ ଅଧିକାରୀ କହିଛନ୍ତି । ଏଭଳି ଘଟଣା ସକାଳ ୬.୪୫ରେ ଘଟିଥିଲା ।