ସିନ୍ଧି ଚୋର ବୁଲାଇଲେ ଦୋକାନରେ କଳାକାନ, ଲୁଟିନେଲେ ଅଳଙ୍କାର

ଫିଲ୍ମ ଷ୍ଟାଇଲରେ ଲୁଟ୍ । ଖୋଳ କରିଦେଲେ ସୁନା ଦୋକାନ । ସିନ୍ଧି କରି କଳାକନା ବୁଝାଇଲେ ଚୋର ।

ଉଦଳା(କେନ୍ୟୁଜ):  ଫିଲ୍ମ ଷ୍ଟାଇଲରେ ଲୁଟ୍ । ଖୋଳ କରିଦେଲେ ସୁନା ଦୋକାନ ।  ଏହି କାନ୍ଥ ଦେଖିଲେ ଅନୁମାନ କରିପାରିବେ ଲୁଟ୍ ପାଇଁ କେତେ ବୁଦ୍ଧି ଲଗାଇଥିବେ ଚୋର ମାନେ । ପ୍ରଥମେ କରିଥିଲେ ଷଡଯନ୍ତ୍ର ଆଉ ତାପରେ ଯୋଜନାବଦ୍ଧ ଭାବେ ସଫଳ କରିଥିବେ ନିଜର କାରନାମା । ସିନ୍ଧି କରି କଳାକନା ବୁଝାଇଲେ ଚୋର ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉଦଳାରେ । ଉଦଳାରେ କର୍ମକାର ଜୁଏଲାରୀ ହାଉସରେ ହୋଇଛି ଏହି ଲୁଟ୍ । ସିନ୍ଧି କରି ଦୋକାନ ଭିତରକୁ ପଶିଲେ ଆଉ ଲୁଟ କରି ଚାଲିଗଲେ । ଏମାନେ ଲୁଟ୍ କରିବାକୁ ଦୋକାନ ଭିତରେ ପଶିଲେ ଆଉ ସବୁ ସଫା କରି ଚାଲିଗଲେ । ଉଦଳାରେ କର୍ମକାର ଜୁଏଲାରୀ ହାଉସରେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ .ଖେଳାଇ ଦେଇଛି ।

ସୂଚନା ମୁତାବକ, ଗତକାଲି ମଧ୍ୟରାତ୍ରିରେ ଲୁଟେରାମାନେ ଦୋକାନର ପଛ ପାଖ କାନ୍ଥରେ ସିନ୍ଧି କରି ଦୋକାନ ଭିତରକୁ ପଶିଛନ୍ତି । ଦୋକାନ ଭିତରେ ପଶିବା ପରେ ଦୁର୍ବୃତ୍ତମାନେ ଦୋକାନର ଡ୍ର ଖୋଲି ନଗଦ ଟଙ୍କା ନେବା ସହିତ ଦୋକାନରେ ଥିବା ରୂପା ଏବଂ ସୁନା ଅଳଙ୍କାର ଲୁଟିଥିବା ଜଣାପଡିଛି । ଦୁର୍ବୃତ୍ତ ମାନେ ଦୋକାନ ଭିତରେ ଥିବା ଆଇରନ ଚେଷ୍ଟ ଭାଙ୍ଗିଛନ୍ତି କି ନାହିଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବା ବେଳେ, ଘଟଣାସ୍ଥଳରେ ଖବର ପାଇ ପୋଲିସ୍ ପହଁଚିଛି ।

ତେବେ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ଆସିବା ପରେ ଦୋକାନ ଭିତରେ ପଶି ତଦନ୍ତ କରାଯିବ ବୋଲି ଜଣାପଡିଛି । ତେବେ ଦୋକାନରେ କେତେ ଲକ୍ଷ ଟଙ୍କାର ଲୁଟ୍ ହୋଇଛି ଏବଂ ଏହା କେତେ ବଡ଼ ଧରଣର ଲୁଟ୍ ତାହା ସ୍ପଷ୍ଟ ହେବ । ଏପଟେ ଉଦଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ଦିନକୁ ଦିନ ବଢ଼ିଚାଲିଛି ଲୁଟେରାଙ୍କ ବିତ୍ପାତ । ଚୋର ଚୋରି କରିବା ପାଇଁ ସବୁବେଳେ ନୂଆ ନୂଆ ତରିକା ବିଷୟରେ ଭାବିଥାଏ । କିପରି ସହଜରେ ଏବଂ କମ୍ ସମୟ ଭିତରେ ନିଜର କାରନାମା କରି ଚମ୍ପଟ ମାରିବ ତାହା ମଧ୍ୟ ଚିନ୍ତା କରିଥାଏ । ଏପଟେ ଏହି ଘଟଣାପରେ ପୋଲିସ୍ ପ୍ରଶସନ ଏହି ଚୋର ଗ୍ୟାଙ୍ଗକୁ ଧରିବା ପାଇଁ କେତେଦୁର ସଫଳ ହେଉଛି ତାହା ଦେଖିବାକୁ ବାକି ରଖିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.