ପ୍ରଭୁ ଗତେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବିଶ୍ବ ଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଉତ୍ସବ ଓ ସାଧୁସନ୍ଥ ସମ୍ମିଳନୀ

ଭକ୍ତିରେ ଭଗବାନ୍‌ । ଶ୍ରଦ୍ଧାର ସହ ପ୍ରଭୁଙ୍କୁ ଡାକିଲେ ସମସ୍ତ ମନସ୍କାମନା ପୂର୍ଣ୍ଣ କରନ୍ତି ପ୍ରଭୁ ଗତେଶ୍ୱର ମହାଦେବ । ଦେବା ଦି ଦେବ ମହାଦେବ ପ୍ରଭୁ ଗତେଶ୍ୱର ମହାଦେବ । ତାଙ୍କ ଭକ୍ତିରେ ଭଜନ କୀର୍ତ୍ତନ କରି ଝୁମୁଛନ୍ତି ଭକ୍ତଗଣ ।

ଜଗତସିଂହପୁର : ଭକ୍ତିରେ ଭଗବାନ୍‌ । ଶ୍ରଦ୍ଧାର ସହ ପ୍ରଭୁଙ୍କୁ ଡାକିଲେ ସମସ୍ତ ମନସ୍କାମନା ପୂର୍ଣ୍ଣ କରନ୍ତି ପ୍ରଭୁ ଗତେଶ୍ୱର ମହାଦେବ । ଦେବା ଦି ଦେବ ମହାଦେବ ପ୍ରଭୁ ଗତେଶ୍ୱର ମହାଦେବ । ତାଙ୍କ ଭକ୍ତିରେ ଭଜନ କୀର୍ତ୍ତନ କରି ଝୁମୁଛନ୍ତି ଭକ୍ତଗଣ । ଜଗତସିଂହପୁର ଜିଲ୍ଲାର ସଦର ବ୍ଲକ ଵିଓଂଲ ଠାରେ ପ୍ରଭୁ ଗତେଶ୍ୱର ମହାଦେବଙ୍କ ମନ୍ଦୀର ଅବସ୍ଥିତ । ଏନେଇ ପ୍ରଭୁଙ୍କ ମନ୍ଦିର ପ୍ରାଙ୍ଗଣରେ ବିଶ୍ବଶାନ୍ତି ମହାଯଜ୍ଞ ଚାଲିଥିବା ବେଳେ ଗତକାଲି ପୂର୍ଣ୍ଣାହୁତି ହୋଇଯାଇଛି । ଏହି ଉତ୍ସବରେ ବହୁ ସାଧୁସନ୍ଥ ସମ୍ମିଳନୀ ଦେଖିବାକୁ ମିଳିଛି ।

ଗତକାଲି ଜଗତସିଂହପୁର ଜ଼ିଲ୍ଲା ସଦର ବ୍ଲକ ଵିଓଂଲ ଠାରେ ପ୍ରଭୁ ଗତେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଉତ୍ସବ ଓ ସାଧୁସନ୍ଥ ସମ୍ମିଳନୀଅନୁଷ୍ଠିତ ହୋଇଯାଇଛି । ବାବା ଆର୍ତତ୍ରାଣଙ୍କ ପୌରହିତରେ ଶତାଧିକ ସାଧୁ ସନ୍ଥ ଯୋଗଦେଇ ସନାତନ ଧର୍ମର ପ୍ରଚାର ପ୍ରସାର ଓ ଏହାର ସୁରକ୍ଷା ଓ ସମସ୍ତଙ୍କର ଗୋଟିଏ ଠାକୁର ସେ ଜଗନ୍ନାଥ ଏହା ଉପରେ ଆଲୋଚନା କରିଥିଲେ । ପ୍ରଥମେ ବାବାଙ୍କ ଆଶ୍ରମ ଠାରୁ ଏକ ବିରାଟ ପଟୁଆରରେ ମହିଳାଙ୍କ ଦ୍ୱାରା ଭଜନ କୀର୍ତ୍ତନରେ ପ୍ରଭୁ ଜଗନ୍ନାଥଙ୍କୁ ଚାମର ସେବାରେ ଅଣାଯାଇଥିଲା । ପରେ ମନ୍ଦିର ପରିକ୍ରମା ପରେ ମନ୍ଦିର ପରିସରରେ ସାଧୁ ସନ୍ଥ ସମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୦୦ ରୁ ଉର୍ଦ୍ଧ୍ୱ ସାଧୁ ସନ୍ଥ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.