ରାଜସ୍ଥାନ: ଜୈସଲମେର୍‌ରେ ସେନାର ଏୟାରକ୍ରାଫ୍ଟ କ୍ରାସ୍‌, ପାଇଲଟ୍‌ ସୁରକ୍ଷିତ

ରାଜସ୍ଥାନର ଜୈସଲମେର୍‌ରେ ସେନାର ବିମାନ କ୍ରାସ୍‌ ହୋଇଛି । ଜୈସଲମେର୍‌ର ଜବାହର ନଗରରେ ଏହି ଦୁର୍ଘଟଣା ଘଟିଛି ।

ରାଜସ୍ଥାନର ଜୈସଲମେର୍‌ରେ ସେନାର ବିମାନ କ୍ରାସ୍‌ ହୋଇଛି । ଜୈସଲମେର୍‌ର ଜବାହର ନଗରରେ ଏହି ଦୁର୍ଘଟଣା ଘଟିଛି । ଯଦିଓ ଏଥିରେ ପାଇଲଟ୍‌ ସୁରକ୍ଷିତ ଭାବେ ଉଦ୍ଧାର ପାଇଛନ୍ତି । ପାଇଲଟ୍‌ ଠିକ୍‌ ସମୟରେ ନିଜକୁ ବିମାନରୁ ଇଜେକ୍ଟ କରିବାରେ ସଫଳ ହୋଇଥିଲେ ।

ଦୁର୍ଘଟଣାର ଶିକାର ହୋଇଥିବା ଭାରତୀୟ ସେନାର ବିମାନ LCA ଅର୍ଥାତ୍‌ ଲାଇଟ୍‌ କୋମ୍ବାଟ୍‌ ଏୟାରକ୍ରାଫ୍ଟ ‘ତେଜସ୍‌’ ଥିଲା । ଏୟାରକ୍ରାଫ୍ଟ ଦୁର୍ଘଟଣା ସମୟରେ ଅପରେସନାଲ୍‌ ଟ୍ରେନିଂରେ ଥିଲା । ଦୁର୍ଘଟଣା ପରେ ସେନା ଏହି ମାମଲାରେ କୋର୍ଟ ଅଫ୍‌ ଇନ୍‌କ୍ୱିରୀର ଅର୍ଡର ଦେଇଛି ।

୨୦୨୩ ଡିସେମ୍ବରରେ ମଧ୍ୟ ଏହିଭଳିି ଏକ ଦୁର୍ଘଟଣା ତେଲଙ୍ଗାନାରେ ହୋଇଥିଲା । ଏଠାରେ ଏୟାରଫୋର୍ସର ଟ୍ରେନି ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ୨ ଜଣ ପାଇଲଟ୍‌ଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କ୍ରାସ୍‌ ହେବା ପରେ ବିମାନରେ ନିଆଁ ଲାଗିଯାଇଥିଲା ।

ଘଟଣାସ୍ଥଳରୁ ମଧ୍ୟ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏଥିରେ ଦେଖାଯାଇଥିଲା କି, ବିମାନଟି ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ଟ୍ରେନର ଏୟାରକ୍ରାଫ୍ଟ ହାଇଦ୍ରାବାଦରୁ ଉଡ଼ାଣ ଭରିଥିଲା । ସକାଳ ୮ଟା ୫୫ରେ ତେଲଙ୍ଗାନାର ଡିଣ୍ଡିଗୁଲ୍‌ସ୍ଥିତ ବାୟୁସେନା ଏକାଡେମୀରେ ଟ୍ରେନିଂ ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.