ଆଇପିଏଲ ଖେଳିବେ ରିଷଭ ପନ୍ତ, ଫିଟ୍‌ନେସ ସାର୍ଟିଫିକେଟ ଦେଲା ବିସିସିଆଇ

ଆଇପିଏଲ୍‌ ୨୦୨୪ ପାଇଁ ୱିକେଟ୍ କିପର ତଥା ବ୍ୟାଟର ରିଷଭ ପନ୍ତଙ୍କୁ ଫିଟ୍ ଘୋଷଣା କଲା ବିସିସିଆଇ । ତାଙ୍କୁ ଫିଟନେସ ସାର୍ଟିଫିକେଟ ମିଳିଛି । ସେ ଆଗାମୀ ଆଇପିଏଲରେ ଖେଳି ପାରିବେ ।

ଦିଲ୍ଲୀ କ୍ୟାପିଟାଲ୍ସ କ୍ରିକେଟ୍ ଫ୍ୟାନଙ୍କ ପାଇଁ ଖୁସି ଖବର । ଆଇପିଏଲ୍‌ ୨୦୨୪ ପାଇଁ ୱିକେଟ୍ କିପର ତଥା ବ୍ୟାଟର ରିଷଭ ପନ୍ତଙ୍କୁ ଫିଟ୍ ଘୋଷଣା କଲା ବିସିସିଆଇ । ତାଙ୍କୁ ଫିଟନେସ ସାର୍ଟିଫିକେଟ ମିଳିଛି । ସେ ଆଗାମୀ ଆଇପିଏଲରେ ଖେଳି ପାରିବେ ।

ରିଷଭ ପନ୍ତଙ୍କୁ ଫିଟନେସ ସାର୍ଟିଫିକେଟ ଦେଇଛି ବିସିସିଆଇ । ଆଉ ଏବେ ଆଇପିଏଲ୍‌ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଅଧିନାୟକତ୍ୱ କରିବେ । ଦିଲ୍ଲୀ କ୍ୟାପିଟାଲସ ପକ୍ଷରୁ ଆଇପିଏଲରେ ଖେଳନ୍ତି ଯୁବ ୱିକେଟ କିପର ରିଷଭ ପନ୍ତ । ଆଇପିଏଲ ଆରମ୍ଭ ୨୨ ମାର୍ଚ୍ଚରୁ ହେବ । ଆଇପିଏଲ-୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତ ୧୪ ମାସ ପରେ କ୍ରିକେଟ ଗ୍ରାଉଣ୍ଡକୁ କମବ୍ୟାକ କରିବାକୁ ଯାଉଛନ୍ତି । ଆଇପିଏଲ-୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଅଧିନାୟକ ଦାୟିତ୍ୱ ସହ ପଡ଼ିଆରେ ଏଣ୍ଟ୍ରି କରିବେ ରିଷଭ ପନ୍ତ ।


ସୂଚନାଯୋଗ୍ୟ, ୨୦୨୨ ଡିସେମ୍ବର ୩୦ ତାରିଖରେ ତାଙ୍କର କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭୟଙ୍କର କାର ଦୁର୍ଘଟଣା ପରେ ଗୁରୁତର ଆହତ ହୋଇଥିଲେ ପନ୍ତ । ପରେ ଦୀର୍ଘ ୧୪ ମାସ ଧରି ଚିକିତ୍ସା ଏବଂ ବ୍ୟାୟାମ ଆଦି ପରେ ପୂରା ସୁସ୍ଥ ହୋଇଛନ୍ତି ପନ୍ତ । ଯେଉଁଥିରେ ଅଳ୍ପକେ ସେ ମୃତ୍ୟୁ ମୁହଁରୁ ବଞ୍ଚି ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.