Below header

ବାଲେଶ୍ୱର ରେମୁଣାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ଥାନା ଭିତରେ ବୁଲିଲା କଟୁରୀ, ୨ଜଣଙ୍କୁ ହାଣି ରକ୍ତାକ୍ତ କଲେ ଆକ୍ରମଣକାରୀ

ବାଲେଶ୍ୱର: ଥାନା ପାଲଟିଲା ରଣକ୍ଷେତ୍ର। ପୋଲିସ ସାମ୍ନାରେ ହଣାହଣି। ବାଲେଶ୍ୱର ରେମୁଣା ଥାନା ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଥାନା ଭିତରେ ବୁଲିଲା କଟୁରୀ। ମାରଣାସ୍ତ୍ରରେ ୨ ଜଣଙ୍କୁ ହାଣି ରକ୍ତାକ୍ତ କଲେ ଆକ୍ରମଣକାରୀ। ଥାନାକୁ ଅଭିଯୋଗ ନେଇ ଆସିଥିବାବେଳେ ଆକ୍ରମଣର ଶୀକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆକ୍ରମଣ ସହ ଥାନାରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି।

ପୋଲିସ ଖାକିରେ ମଧ୍ୟ ଲାଗିଛି ରକ୍ତ ଛିଟା। ଅଭିଯୋଗ ଅନୁଯାୟୀ, ରେମୁଣା ମନ୍ଦାରପୁର ଓ ନିଆଁବାଗ ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ଶତୃତା ଲାଗି ରହିଥିଲା। ଗତକାଲି ରାତିରେ ଗୋଟିଏ ଗୋଷ୍ଠୀର ଲୋକ ଥାନାରେ ପହଞ୍ଚିଥିଲେ। ତାଙ୍କ ପଛରେ ଅନ୍ୟ ଏକ ଗୋଷ୍ଠୀର ଲୋକ ମଧ୍ୟ ଥାନାକୁ ଆସିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବଚସା ଓ ହାତାହାତି ହୋଇଥିଲା।

ଆହତ ଦୁଇ ଜଣ ରେମୁଣା ମାଧିପୁର ଗାଁର ରଘୁନାଥ ସାହୁ ଓ ପ୍ରମିତା ଦାସ। ପୋଲିସ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ଉତ୍ତେଜନା ଲାଗରହିଥିବାରୁ ଥାନା ପରିସରରେ ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉଭୟ ଗୋଷ୍ଠୀଙ୍କ ମଧ୍ୟରୁ ଥାନାରେ ଏପର୍ଯ୍ୟନ୍ତ କୌଣସି ବିଯୋଗ ହୋଇନାହିଁ। ସିସିଟିଭି ଫୁଟେଜ ଆଦାରରେ ପୋଲିସ ଗଣ୍ଡଗୋଳକାରୀଙ୍କୁ ଖୋଜୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.