Below header

ଯିଏ ଚାହୁଁଛନ୍ତି ତାଙ୍କୁ ଟିକା ଦିଆଯିବନି, ଯାହା ପାଇଁ ଆବଶ୍ୟକ ତାଙ୍କୁ ଦିଆଯିବ : କେନ୍ଦ୍ର ସରକାର

ନୂଆଦିଲ୍ଲୀ : ସମସ୍ତଙ୍କୁ ଦିଆଯିବନି ଟିକା । ସ୍ପଷ୍ଟ କଲେ କେନ୍ଦ୍ର ସରକାର । ଟିକାକରଣରେ କାହିଁକି ବୟସ ସୀମା ରହୁଛି ? ସମସ୍ତଙ୍କୁ କାହିଁକି ଟିକା ଦିଆଯିବ ନାହିଁ ବୋଲି ପ୍ରଶ୍ନ ଉଠିଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଟିକାକରଣରେ ବୟସ ସୀମା ହଟାଇବାକୁ ଅନୁରୋଧ କରିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଯିଏ ଚାହୁଁଛନ୍ତି ତାଙ୍କୁ ଟିକା ଦିଆଯିବନି, ଯାହା ପାଇଁ ଆବଶ୍ୟକ ତାଙ୍କୁ ଦିଆଯିବ । ନୀତି ଆୟୋଗ ସଦସ୍ୟ ତଥା ଟିକା ବିଶେଷଜ୍ଞ କମିଟି ମୁଖ୍ୟ ଡକ୍ଟର ଭି.କେ ପଲ୍‌ କହିଛନ୍ତି ବିଶ୍ୱରେ କୌଣସି ଦେଶ ଏପର୍ଯ୍ୟନ୍ତ ୪୫ ବର୍ଷରୁ କମ୍‌ ବୟସ୍କଙ୍କୁ ଟିକା ଦେଇ ନାହାନ୍ତି ।

ଏବେ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା । ପରେ ୬୦ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଉର୍ଦ୍ଧ୍ୱ ବହୁବିଧ ରୋଗରେ ପୀଡ଼ିତଙ୍କୁ ଟିକା ଦିଆଗଲା । ଏପ୍ରିଲ ୧ ରୁ ବୟସମୀମା କୋହଳ କଲେ କେନ୍ଦ୍ର ସରକାର । ଏବେ ୪୫ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକା ଦିଆଯାଉଛି। ଅନ୍ୟପଟେ ଦେଶରେ କୋଭିଡ୍‌ ସ୍ଥିତି ଖରାପ ହେଉଛି । ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ଅଧିକ ସଂକ୍ରାମକ ହେଉଛି । ଆସନ୍ତା ୪ ସପ୍ତାହ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଡକ୍ଟର ଭିକେ ପଲ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.