ନାବାଳିକା ଛାତ୍ରୀଙ୍କୁ ସ୍କୁଲ ପିଅନ ଦୁଷ୍କର୍ମ ଅଭିଯୋଗ, ପୋଲିସ ଗାଡ଼ି ଜାଳିଦେଇଛନ୍ତି ସ୍ଥାନୀୟ ଲୋକ

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡ଼ଙ୍ଗାସିଲ ଆବାସିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ତାତିଲେ ଲୋକେ। ଅଭିଯୁକ୍ତକୁ ସ୍କୁଲ କର୍ତ୍ତୃପକ୍ଷ ଲୁଚାଇ ରଖିଥିବା ବିରୋଧରେ ଗତକାଲି ଉତ୍ତେଜନା ଦେଖାଦେଇଛି । ପୋଲିସ ଗାଡ଼ି ଜାଳିଦେଇଛନ୍ତି ସ୍ଥାନୀୟ ଲୋକ ।

ରାୟଗଡା (କେନ୍ୟୁଜ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡ଼ଙ୍ଗାସିଲ ଆବାସିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ତାତିଲେ ଲୋକେ। ବିଦ୍ୟାଳୟର ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ସ୍କୁଲ କର୍ତ୍ତୃପକ୍ଷ ଲୁଚାଇ ରଖିଥିବା ବିରୋଧରେ ଗତକାଲି ଉତ୍ତେଜନା ଦେଖାଦେଇଛି । ପୋଲିସ ଗାଡ଼ି ଜାଳିଦେଇଛନ୍ତି ସ୍ଥାନୀୟ ଲୋକ ।

ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପ୍ରଥମେ ଡ଼ଙ୍ଗାସିଲ ମେଡିକାଲ ପରେ ରାୟଗଡା ଜିଲ୍ଲା ଚିକିତ୍ସାଲୟକୁ ସ୍ଥାନନ୍ତରଣ କରାଯାଇଛି । ଘଟଣାସ୍ଥଲରେ ଉତ୍ତେଜନାକୁ ନେଇ ବ୍ୟାପକ ପୋଲିସ ମୁତୟନ କରଯାଇଛି । ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଅଧିକ ପୋଲିସ ଫୋର୍ସକୁ ଡଙ୍ଗାସିଲକୁ ପଠାଯାଉଛି । ପୀଡ଼ିତାଙ୍କ ଡାକ୍ତରୀ ମାଇନା ପାଇଁ ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳଯକୁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.