ପ୍ରଥମ ଦିନିକିଆ: ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇ ଭାରତ ନମ୍ବର ଓ୍ବାନ୍

ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇଲା ଭାରତ । ୮ଟି ବଲ୍ ବାକି ଥାଇ ବିଜୟ ହାସଲ କରିଛି ଭାରତୀୟ ଦଳ । ଗତକାଲି ଅଷ୍ଟ୍ରେଲିଆକୁ ହରାଇବା ପରେ ଆଇସିସିର ଦିନିକିଆ ରାଙ୍କିଂରେ ବିଶ୍ବ କ୍ରିକେଟରେ ସବୁ ଫର୍ମାଟରେ ଭାରତ ଏକ ନମ୍ବର।

ନୂଆଦିଲ୍ଲୀ : ମୋହାଲିରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇଲା ଭାରତ । ୮ଟି ବଲ୍ ବାକି ଥାଇ ବିଜୟ ହାସଲ କରିଛି ଭାରତୀୟ ଦଳ । ବିଜୟୀ ଛକା ମାରି ଭାରତକୁ ଜିତାଇଛନ୍ତି ଅଧିନାୟକ କେ ଏଲ୍ ରାହୁଲ । ଉଭୟ ବୋଲିଂ ଓ ବ୍ୟାଟିଂରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବ୍ୟାଟିଂରେ ଭାରତ ୪ ଖେଳାଳି କରିଥିଲେ ଅର୍ଦ୍ଧଶତକ । ଗାଏକ୍ବଡ୍, ଗିଲ୍, ରାହୁଲ ଓ ସୂର୍ଯ୍ୟ କୁମାରଙ୍କ ଅର୍ଦ୍ଧ ଶତକ ଭାରତକୁ ସହଜ ବିଜୟ ଦେଇଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୨୭୬ ରନ୍ କରି ଅଲଆଉଟ୍ ହୋଇଥିଲା । ଭାରତ ପକ୍ଷରୁ ମହମ୍ମଦ ସାମି ଘାତକ ବୋଲିଂ କରିଥିଲେ । ୫୧ ରନ୍ ଦେଇ ୫ ୱିକେଟ୍ ନେଇଥିଲେ ସାମି । ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।

ଗତକାଲି ଅଷ୍ଟ୍ରେଲିଆକୁ ହରାଇବା ପରେ ଆଇସିସିର ଦିନିକିଆ ରାଙ୍କିଂରେ ବିଶ୍ବ କ୍ରିକେଟରେ ସବୁ ଫର୍ମାଟରେ ଭାରତ ଏକ ନମ୍ବର। ପୂର୍ବରୁ ଭାରତ ଟେଷ୍ଟ ଓ ଟି-ଟ୍ବେଣ୍ଟିରେ ଏକ ନମ୍ବର ସ୍ଥାନରେ ଥିଲା ଟିମ୍ ଇଣ୍ଡିଆ। କାଲିର ମ୍ୟାଚ ପୂର୍ବରୁ ଭାରତ ପାକିସ୍ତାନ ପଛକୁ ଦୁଇ ନମ୍ବର ସ୍ଥାନରେ ଥିଲେ। ମୋହାଲି ବିଜୟ ପରେ ଭାରତ ୧୧୬ ପଏଣ୍ଟ ସହ ଏକ ନମ୍ବର ସ୍ଥାନ ହାସଲ କରିଛି। ପାକିସ୍ତାନ ୧୧୫ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି। ଏବଂ ଅଷ୍ଟ୍ରେଲିଆ ୧୧୧ ପଏଣ୍ଟ ସହ ରହିଛି ତୃତୀୟ ସ୍ଥାନରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.