Below header

ଜୟପୁରରେ ଅଭାବନୀୟ ଘଟଣା: ସ୍କୁଲରୁ ଘରକୁ ଫେରିବା ପରେ ଛାତ ଉପରୁ ମିଳିଲା ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତଦେହ

ଜୟପୁର(କେନ୍ୟୁଜ): ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର । କୋରାପୁଟ ଜିଲ୍ଲା ଜୟପୁରରେ ଅଭାବନୀୟ ଘଟଣା । ସ୍କୁଲରୁ ଘରକୁ ଫେରିବା ପରେ ଛାତ ଉପରୁ ମିଳିଲା ମୃତଦେହ । ମୃତ ଛାତ୍ର ହେଲେ ଶିବାଶିସ ନାୟକ । ଘଟଣାସ୍ଥଳରେ ଜୟପୁର ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଗତ କିଛିଦିନ ହେବ କିଛି ଅଣଛାତ୍ର ଶିବାଶିସଙ୍କୁ ଧମକ ଚମକ ଦେଇ ହଜାରେ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ବାପାଙ୍କୁ ମଧ୍ୟ ଜଣାଇଥିଲେ ଶିବାଶିସ । ତେବେ ସ୍କୁଲ ଯାଇ ପରୀକ୍ଷା ଦେଇ ଫେରିବାର କିଛି ସମୟ ପରେ ଛାତ ଉପରେ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ ପରିବାର ଲୋକ । ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି ।

ସେପଟେ ସ୍କୁଲ ପରିସରରେ କିଛି ଅଘଟଣ ଘଟିନଥିବା ସହ ଅଭିଭାବକ ଏ ବିଷୟରେ ଜଣେଇ ନଥିବା କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ତେବେ କିଛି ମାସ ପୂର୍ବରୁ କିଛି ଅସାମାଜିକ ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭିଡିଓ କରି ତାଙ୍କୁ ୫୦ ହଜାର ଟଙ୍କା ଡିମାଣ୍ଡ କରିଥିବା ନେଇ ଟାଉନଥାନାରେ ଅଭିଯୋଗ ମଧ୍ୟ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.