ଆସନ୍ତା ମଙ୍ଗଳ ବାରଠାରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ବହି ଯୋଗାଣ

ମାଟ୍ରିକ ଖାତା ମୂଲ୍ୟାୟନ ପାଇଁ ବୋର୍ଡ କର୍ତ୍ତୃପକ୍ଷ ପ୍ରସ୍ତୁତ ଅଛନ୍ତି । ଏଥିପାଇଁ ୫୨ଟି ସେଣ୍ଟର ଓ ଆଖପାଖ ସ୍କୁଲରେ ବ୍ୟବସ୍ଥା କରାଯାଇଛି । ଏନେଇ କେନ୍ଦ୍ର ଓ ମୂଲ୍ୟାୟନକାରୀଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ମଧ୍ୟ ସ୍ଥିର କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ ୪୫ ଦିନ ଭିତରେ ମାଟ୍ରିକ ପରୀକ୍ଷା ଫଳ ବାହାର ପାଇଁ ଉଦ୍ୟମ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି

। ସେହିପରି ନବମ ଓ ଦଶମ ଶ୍ରେଣୀ ପାଠ୍ୟପୁସ୍ତକ ଯଥା ସମ୍ଭବ ଶୀଘ୍ର ପାଠ୍ୟ ପୁସ୍ତକ ଯୋଗାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । କଟକ ସ୍ଥିତ ବୋର୍ଡ ମୁଖ୍ୟାଳୟ ଓ ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର ଓ କଟକ ଜୋନାଲ ଅଫିସରେ ଏହି ବହି ସବୁ ମିଳିବ । ଆସନ୍ତା ମଙ୍ଗଳ ବାରଠାରୁ ବହି ଯୋଗାଣ ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.