Below header

ଲକଡାଉନ ଛଡାଇନେଲା ଆହାର ତେଣୁ ୮ ମାସର ଗର୍ଭବତୀ ଘରେ ପହଂଚିବା ପାଇଁ ପ୍ରତିଦିନ ଚାଲୁଥିଲେ ୮୦ କିଲୋମିଟର, ଶେଷରେ ଅବସ୍ଥା ହୋଇଥିଲା ଏପରି

ଲକଡାଉନ ଦେଶର ଶ୍ରମିକ ଶ୍ରେଣୀକୁ ଅଧିକ ପ୍ରଭାବିତ କରିଛି । ପ୍ରବାସୀ ଶ୍ରମିକମାନେ ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ଲକଡାଉନ୍ ତାଙ୍କ ମୁଁହରୁ ଆହାର ଛଡ଼ାଇ ନେଇଯାଇଛି ଯେଉଁ କାରଣରୁ ତାଙ୍କର ସ୍ଥାନାନ୍ତରଣ ଆରମ୍ଭ ହୋଇଛି । ବସ୍, ଟ୍ରେନ୍ ବନ୍ଦ ଥିବା ହେତୁ ଲୋକମାନେ ପାଦରେ ଚାଲି ଚାଲି ନିଜ ଘରକୁ ଫେରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ତେବେ ସେମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ମହାରାଷ୍ଟ୍ରରୁ ଖଣ୍ଡୱା ଅଭିମୁଖେ ଯାଉଥିବା ଜଣେ ଆଠ ମାସର ଗର୍ଭବତୀ ମହିଳାଙ୍କ ମାମଲା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଗର୍ଭବତୀ ମହିଳା ଏବଂ ତାଙ୍କ ସ୍ୱାମୀ ପ୍ରତିଦିନ ପ୍ରାୟ ୭୦ କିଲୋମିଟର ଚାଲିଥାନ୍ତି ଏବଂ ଚାରି ଦିନ ମଧ୍ୟରେ ସେମାନେ ଖଣ୍ଡୱାରେ ପହଂଚି ଭୋକ ଓ ଶୋଷରେ ସଂଘର୍ଷ କରୁଥିଲେ ।

ଖବର ମୁତାବକ ସୀମା ଏବଂ ତାଙ୍କ ସ୍ୱାମୀ କୌଶଲ ସିଂ ଗତ ୩ ବର୍ଷ ଧରି ମହାରାଷ୍ଟ୍ରର ଔରଙ୍ଗାବାଦରେ ମ୍ୟାଟ୍ ତିଆରି କାରଖାନାରେ କାମ କରୁଥିଲେ । କାରଖାନା ବନ୍ଦ ହୋଇ ଯିବା କାରଣରୁ ତାଙ୍କର ଆୟ ମଧ୍ୟ ବନ୍ଦ ହୋଇଯାଇଥି । ଧୀରେ ଧୀରେ ପୁଞ୍ଜି ଖର୍ଚ୍ଚ ହେବାପରେ ଖାଇବା ପିଇବାରେ ସମସ୍ୟା ଦେଖାଗଲା । ଏହିସବୁ ସମସ୍ୟା ମଧ୍ୟରେ ପ୍ରସବ ପାଇଁ ସେମାନେ ଏକ ଘରୋଇ ଡାକ୍ତରଖାନା ଯାଇଥିଲେ ଯେଉଁଠାରେ ୫୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା । ଏଭଳି ପରିସ୍ଥିତିରେ ଦମ୍ପତିଙ୍କ ଘରକୁ ଫେରିବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲା ।

ତେବେ ଘରକୁ ଯିବା ପାଇଁ ମଧ୍ୟ ତାଙ୍କପାଖରେ କୌଣସି ବିକଳ୍ପ ନଥିଲା । ଶେଷରେ ବାଧ୍ୟହୋଇ ଏହି ଦମ୍ପତି ପାଦରେ ଚାଲି ଚାଲି ଘରକୁ ଫେରିବେ ବୋଲି ନିଷ୍ପତ୍ତି ନେଇଥିଲେ । ପ୍ରତିଦିନ ପ୍ରାୟ ୭୦ – ୮୦ କିଲୋମିଟର ଚାଲିଲା ପରେ ପ୍ରାୟ ଚାରି ଦିନ ପରେ ସେ ମଧ୍ୟପ୍ରଦେଶର ଖଣ୍ଡୱାରେ ପହଂଚିଥିଲେ । ଯେତେବେଳେ ଏହି ଦମ୍ପତି ଖଣ୍ଡୱାରେ ପହଂଚିଥିଲେ ସେମାନଙ୍କ ପାଦରୁ ଛାଲ ଉଠିଯାଇଥିଲା ଏବଂ ସେମାନଙ୍କର ଶରୀର କ୍ଳାନ୍ତ ହୋଇଯାଇଥିଲା । ଗର୍ଭବତୀ ମହିଳାଙ୍କ ଏତେ ବାଟ ଚାଲିବା ତାଙ୍କୁ ଏବଂ ତାଙ୍କ ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ଏକଥା ଜାଣି ମଧ୍ୟ ମହିଳା ଜଣକ ହାର ମାନିନଥିଲେ ଏବଂ ଶେଷରେ ଦମ୍ପତି ସେମାନଙ୍କ ଘରେ ପହଞ୍ଚିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.