ଖୁବ ଶୀଘ୍ର ପ୍ରକାଶିତ ହେବାକୁ ଯାଉଛି CHSE ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ଚଳିତ ବର୍ଷର ସିଏଚଏସଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି । ନିର୍ଦ୍ଦିଷ୍ଟ ତାରିଖ ଦିନ ଫଳ ପ୍ରକାଶିତ ହେବ ଫଳ । ବୋର୍ଡ ତରଫରୁ ଜାରି ହୋଇଥିବା ଅଫିସିଆଲ ୱେବସାଇଟ orissaresults.nic.in କୁ ଯାଇ ପରୀକ୍ଷା ଫଳ ଜାଣିହେବ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୂର୍ବରୁ ସୂଚନା ଦେଇଥିଲେକି ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ହେବା ନେଇ ସୂଚନା ଦେଇଥିଲେ ।

କିନ୍ତୁ CHSE ଓଡିଶା ପକ୍ଷରୁ କୌଣସି ପ୍ରକାର ସୂଚନା ପ୍ରକାଶ କରାଯାଇନାହିଁ । କିନ୍ତୁ ଯେଉଁ ସମୟରେ ବୋର୍ଡ ଅଫ ସେକଣ୍ଡାରୀ ଏଜୁକେସନ (BSE) ପକ୍ଷରୁ ଦଶମ ଶ୍ରେଣୀ ପ୍ରକାଶିତ ହେବା ସମୟରେ ଶ୍ରୀ ଦାଶ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପ୍ରକାଶ ପାଇବା ନେଇ ସୂଚନା ଦେଇଥିଲେ । ମିଡ଼ିଆ ରିପୋର୍ଟ ଅନୁଯାୟୀ ୨ଲକ୍ଷରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ଏପ୍ରିଲ ୨୮ ତାରିଖରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ରାଜ୍ୟ ଅଫିସିଆଲ ରେଜଲଟ ପୋର୍ଟାଲରେ ମଧ୍ୟ ପରୀକ୍ଷା ଫଳ ପ୍ରକାଶିତ ହେବ । ଫଳ ପ୍ରକାଶିତ ହେବାର ଦିନେ କିମ୍ବା ଦୁଇ ଦିନ ପୂର୍ବରୁ ତାରିଖ, ସମୟ ବାବଦରେ ଜଣାଇ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.