Below header

କଟକ କୁତ୍ତାଖାଇ ଗଳିରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାରେ ପର୍ଦ୍ଦାଫାସ, ସିସିଟିଭି ଖୋଲିଲା ମର୍ଡର ମିଷ୍ଟ୍ରି

କଟକ(କେନ୍ୟୁଜ୍): କଟକ ଲାଲବାଗ ଥାନା କୁତ୍ତାଖାଇ ଗଳିରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାରେ ପର୍ଦ୍ଦାଫାସ। ସିସିଟିଭି ଫୁଟେଜରୁ ଖୋଲିଲା ମର୍ଡର ମିଷ୍ଟ୍ରି। ପୁଅର ଲାପ୍‌ଟପ୍‌ରେ ଥିବା ଆପତ୍ତିଜନକ ଭିଡିଓ ପାଇଁ ଗଲା ମା’ର ପ୍ରାଣ। ହତ୍ୟାରେ ସଂପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଥିବା କଟକ ଡିସିପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି।

ଜୁଲାଇ ୧୫ ତାରିଖରେ ଦିନଦ୍ୱିପହରେ ବି. ଗୁଣବତୀ ନାମକ ମହିଳାଙ୍କୁ ପନିକିରେ ଗଳା କାଟି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏକ ସ୍ୱତନ୍ତ୍ର ଟିମ୍‌କୁ ଦିଆଯାଇଥିଲା ତଦନ୍ତ ଭାର। ଗୁଣବତୀଙ୍କ ପୁଅ ଓ ମୁଖ୍ୟ ଅଭିଯୁକ୍ତଙ୍କ ପରିବାରର ଜଣେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ ଲାପ୍‌ଟପ୍‌ରେ ରହିଥିବା ତଦନ୍ତରୁ ଜଣାପଡିଛି। ଲାପ୍‌ଟପ୍‌କୁ ହାସଲ କରିବାକୁ ମହିଳାଙ୍କ ପଡ଼ୋଶୀ ୱାଇ ସୁଦୀପ ଓ ୱାଇ ସୁନୀଲଙ୍କୁ ଦାୟିତ୍ୱ ଦେଇଥିଲେ ମୁଖ୍ୟ ଅଭିଯୁକ୍ତ।

୨ ହତ୍ୟାକାରୀ କେହି ଘରେ ନଥିବା ବେଳେ ଗୁଣବତୀଙ୍କ ଗଳା କାଟି ହତ୍ୟା କରି ଲାପ୍‌ଟପ୍‌ ନେଇ ପଳାଇଥିଲେ। ପରେ ଲାପ୍‌ଟପ୍‌କୁ ଭାଙ୍ଗି ମହାନଦୀରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.