ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନାର୍ଥେ ରାମନାଥ କୋବିନ୍ଦ ରଖିଲେ ଡିନର ପାର୍ଟି; ଦେଖନ୍ତୁ ରାଷ୍ଟ୍ରପତି ଭବନ ଭିତରର ମାହୋଲ…

ଦ୍ରୌପଦୀ ମୁର୍ମୁ ସୋମବାର ୨୫ ଜୁଲାଇରେ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ୨୪ ଜୁଲାଇରେ ରାମନାଥ କୋବିନ୍ଦଙ୍କର ରାଷ୍ଟ୍ରପତି ରୂପେ କାର୍ଯ୍ୟକାଳ ସମାପ୍ତ ହୋଇଥିଲା। କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ରାମନାଥ କୋବିନ୍ଦ ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନାର୍ଥେ ଏକ ଡିନର ପାର୍ଟିର ଆୟୋଜନ କରିଥିଲେ।

rastrapati
photo: India.com

ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ଡିନର ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ସମେତ ଦେଶର ସମସ୍ତ ବଡ଼ ନେତା ସାମିଲ ହୋଇଥିଲେ। ରାଷ୍ଟ୍ରପତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କାର୍ଯ୍ୟକ୍ରମର ଫଟୋଗୁଡ଼ିକ ସେୟାର କରାଯାଇଛି। ରାମନାଥ କୋବିନ୍ଦ ଡିନର ପାର୍ଟିରେ ସାମିଲ ହୋଇଥିବା ପ୍ରତ୍ୟେକ ଅତିଥିଙ୍କ ସହିତ ମିଶିଥିଲେ।

rastrapati2
photo: jansatta

ରାଷ୍ଟ୍ରପତି ଭାବେ ନିଜ କାର୍ଯ୍ୟକାଳ ଶେଷ ଦିନ ରାମନାଥ କୋବିନ୍ଦ ସକାଳେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କହି ରଖୁଛୁ, ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ସକାଳ ୧୦ଟା ୧୪ ମିନିଟରେ ସେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.