Below header

ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଆ ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ପଦକ୍ଷେପ ନେବେ ସରକାର

ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମାଆ ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ପଦକ୍ଷେପ ନେବେ ସରକାର । ଯାହା ଆବଶ୍ୟକ ସେଦିଗରେ ପଦକ୍ଷେପ ନିଆଯିବ । ସେହିପରି ଆଉ ଏକ ଘୋଷଣାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପଦକ୍ଷେପ ନିଆଯିବ। ଏହାର ଅନୁଧ୍ୟାନ ପାଇଁ ଏକ ଟିମ୍‌ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହୀରାକୁଦ ଜଳଭଣ୍ଡାରକୁ ପର୍ଯ୍ୟଟନ ସ୍ଥଳୀ କରିବାକୁ ମଧ୍ୟ ପଦକ୍ଷେପ ନିଆଯିବ । ଏଥିରେ ୱାଟର ସ୍ପୋର୍ଟସ, କନଭେନସନ୍‌ ସେଣ୍ଟର, ଲ୍ୟାଣ୍ଡସ୍କେପିଙ୍ଗ ଆଦି କରାଯାଇ ହୀରାକୁଦକୁ ଆନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯିବ ବୋଲି ନବୀନ କହିଛନ୍ତି। ତା ପୂର୍ବରୁ ମା’ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚି ମାଆଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.