Below header

ଜାଣନ୍ତୁ ଗଣତନ୍ତ୍ର ଦିବସର ମହତ୍ତ୍ୱ ବିଷୟରେ, କାହିଁକି ପାଳନ କରାଯାଏ ଏହି ଦିନ

ଜାନୁଆରୀ ୨୬ ତାରିଖରେ ସାରା ଭାରତ ବର୍ଷ ଗଣତନ୍ତ୍ର ଦିବସ ଭାବେ ପାଳନ କରିଥାଏ । ୧୯୫୦ ମସିହା ଏହି ଦିନରେ ହିଁ ଭାରତ ବାସୀଙ୍କ ମାର୍ଗ ଦର୍ଶକ ଭାବେ ସମ୍ବିଧାନ ଗ୍ରହଣ କରାଯାଇଥିଲା । ଗୋଟେ ଦୀର୍ଘଦିନର ସଂଘର୍ଷ ପରେ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଦେଶ ସ୍ୱାଧୀନତା ଲାଭ କରିଥିଲା । ସର୍ବ ସାଧାରଣ ଯେ ଏଣିକି ସ୍ୱାଧୀନ ବାୟୁରେ ନିଶ୍ୱାସ ନେଇପାରିବେ ସ୍ଥିର ହୋଇଥିଲା । କିନ୍ତୁ ସ୍ୱାଧୀନତା ଲାଭ କରିଥିଲେ ମଧ୍ୟ ଦେଶ ପାଖରେ ନିଜର ସମ୍ବିଧାନ ନଥିଲା । ସେ ସମୟରେ ବି ଦେଶରେ ରାଜତନ୍ତ୍ର ଶାସନ ହିଁ ଚାଲୁଥିଲା । ସେପର୍ଯ୍ୟନ୍ତ ଦେଶବାସୀ ନିଜ ନେତାଙ୍କୁ ମଧ୍ୟ ଚୟନ କରିପାରୁନଥିଲେ । ଦେଶବାସୀଙ୍କ ପାଖରେ ନିଜର ପଥପଦର୍ଶକ ନଥିବାରୁ ହିଁ ଏପରି ପରିସ୍ଥିତି ଉପୁଜିଥିଲା ।

republic day

ତେଣୁ ସେମୟର ବୁଦ୍ଧିଜୀବି ମାନେ ଭାରତ ପାଇଁ ଏକ ପଥପଦର୍ଶକ ଗଠନ କରିବେ ବୋଲି ନିଷ୍ପତି ନେଇଥିଲେ । ସମ୍ବିଧାନ ପ୍ରଣୟନ ସଭାର ଅକ୍ଲାନ୍ତ ପରିଶ୍ରମ ପରେ ଦେଶ ପାଇଥିଲା ନୂଆ ପଥପଦର୍ଶକ । ସ୍ୱାଧୀନତାର ଅଢେଇ ବର୍ଷ ପରେ ଏହି ଦିନରେ ହିଁ ଦେଶ ସମ୍ବିଧାନ ପ୍ରଣୟନ ହୋଇଥିଲା ଓ ଦେଶ ଏକ ଗଣତନ୍ତ୍ର ରାଷ୍ଟ୍ର ହେବାର ମାନ୍ୟତା ପାଇଥିଲା । ସେବେଠାରୁ ହିଁ ଏହି ଦିନକୁ ସାରାଦେଶ ଗଣତନ୍ତ୍ର ଦିବସ ଭାବେ ପାଳନ କରିଆସୁଛି । ଏହି ସମ୍ବିଧାନ ଯୋଗୁଁ ହିଁ ବିଶ୍ୱରେ ଆଜି ଭାରତ ସବୁଠୁ ବଡ ଗଣତନ୍ତ୍ର ଦେଶର ମାନ୍ୟତା ପାଇ ପାରିଛି । ଏହି ଦିନର ଆଉ ଏକ ବିଶେଷତ୍ୱ ହେଉଛି ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ଡ଼. ରାଜେନ୍ଦ୍ର ପ୍ରସାଦ ଗଭର୍ଣ୍ଣର ହାଉସରେ ଏହି ଦିନରେ ହିଁ ଶପଥ ନେଇଥିଲେ ।

republic day

ପ୍ରତିବର୍ଷ ଏହି ଦିନ ରାଷ୍ଟ୍ରପତି ନୂଆଦିଲ୍ଲୀର ଜନପଥ ଠାରେ ତ୍ରିରଙ୍ଗା ଉତ୍ତୋଳନ କରିବା ସହ ୨୧ଟି ତୋପ ସଲାମି ଦିଆଯାଇଥାଏ । ଏହାର ୩ ଦିନ ପରେ ଜାନୁଆରୀ ୨୯ ତାରିଖରେ ବିଜୟ ଚୌକ ଠାରେ ବିଟିଙ୍ଗ ରୀଟ୍ରିଟର ଆୟୋଜନ କରାଯାଇଥାଏ । ଏହି ଉତ୍ସବରେ ଭାରତୀୟ ସେନା, ବାୟୁସେନା, ନୌସେନାର ବ୍ୟାଣ୍ଡ ଅଂଶଗ୍ରହଣ କରିଥାନ୍ତି । ଏହି ଦିନକୁ ଗଣତନ୍ତ୍ର ଦିବସର ଅନ୍ତିମ ଦିବସ ଭାବେ ପାଳନ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.