କୁଲଡିହା ଅଭୟାରଣ୍ୟରେ ଚାଲିଛି ବେଧଡ଼କ ଗଛକଟା, କାଠ ପରିବହନ ପାଇଁ ଜଙ୍ଗଲରେ କରିଛନ୍ତି ରାସ୍ତା

ବାଲେଶ୍ୱର: ଅଭୟାରଣ୍ୟରେ ଚାଲିଛି ବେଧଡ଼କ ଗଛକଟା। ବାଲେଶ୍ୱରର କୁଲଡିହା ଅଭୟାରଣ୍ୟରେ ଗଛ କାଟିଚାଲିଛନ୍ତି ଚୋରା କାଠ ବେପାରୀ। ଗଛ କାଟି ସହଜରେ ଆଣିବାକୁ ପ୍ରାୟ ୨କିମି ରାସ୍ତାରେ ଶହ ଶହ ଗଛ କାଟି ଜଙ୍ଗଲ ମଧ୍ୟରେ ରାସ୍ତା ନିର୍ମାଣ କରିଛନ୍ତି। ମାସ ମାସ ଧରି ଏଭଳି ସ୍ଥିତି ଲାଗିରହିଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଅଭୟାରଣ୍ୟର ବହୁ ମୂଲ୍ୟବାନ ଶାଳ, ପିଆଶାଳ, ଆକାଶି ଆଦି ଗଛକୁ କାଟି ଲୁଟି ନେଇଛନ୍ତି କାଠ ବେପାରୀ। ତେବେ ଘଟଣା ପ୍ରଘଟ ହେବା ପରେ ବନବିଭାଗ ତରବରିଆ ଭାବେ ନିର୍ମିତ ରାସ୍ତାରେ ବଡ଼ ବଡ଼ ଗାତ ଖୋଳି ରାସ୍ତା ବନ୍ଦ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.