କିଟ୍ ଓ କିସର ସ୍ୱଳ୍ପ ବେତନଭୋଗୀଙ୍କ ପାଇଁ କିଟ୍ ପବ୍ଲିକ୍ ସ୍କୁଲ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କିଟ୍ ଓ କିସର ସ୍ୱଳ୍ପ ବେତନଭୋଗୀଙ୍କ ପାଇଁ କିଟ୍ ପବ୍ଲିକ୍ ସ୍କୁଲ୍ ଉଦଘାଟିତ। କିଟ୍ ଓ କିସରେ କାର୍ଯ୍ୟରତ ସ୍ୱଳ୍ପ ବେତନଭୋଗୀଙ୍କ ପାଇଁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କିଟ୍ ପବ୍ଲିକ୍ ସ୍କୁଲ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।

କିଟ୍ ଓ କିସର ସ୍ୱଳ୍ପ ବେତନଭୋଗୀଙ୍କ ପାଇଁ କିଟ୍ ପବ୍ଲିକ୍ ସ୍କୁଲ୍ ଉଦଘାଟିତ। କିଟ୍ ଓ କିସରେ କାର୍ଯ୍ୟରତ ସ୍ୱଳ୍ପ ବେତନଭୋଗୀଙ୍କ ପାଇଁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କିଟ୍ ପବ୍ଲିକ୍ ସ୍କୁଲ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। କିଟ୍ ଶିକ୍ଷାନୁଷ୍ଠାନ ସମୂହ ଓ କିସରେ କାର୍ଯ୍ୟରତ କର୍ମଚାରୀ ଯେଉଁମାନଙ୍କ ମାସିକ ବେତନ ୩୦ ହଜାର ଟଙ୍କାରୁ କମ୍ ହୋଇଥିବ ସେହି କର୍ମଚାରୀଙ୍କ ପିଲାମାନେ ଖୁବ୍ କମ ଖର୍ଚ୍ଚରେ ଏହି ପବ୍ଲିକ୍ ସ୍କୁଲରେ ପାଠ ପଢ଼ି ପାରିବେ।

କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସର୍ବଦା ଦୂରଦୃଷ୍ଟି ସମ୍ପନ୍ନ ସିଦ୍ଧାନ୍ତଗୁଡ଼ିକ କାର୍ଯ୍ୟକାରୀ କରାଇଥାନ୍ତି । ଗୁଣାତ୍ମକ ଶିକ୍ଷା ଉପରେ ଡ. ସାମନ୍ତ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ଏହି କ୍ରମରେ ସେ ଏହି କିଟ୍ ପବ୍ଲିକ୍ ସ୍କୁଲର ପରିକଳ୍ପନା କରି ଏଠାରେ ସ୍ୱଳ୍ପ ବେତନଭୋଗୀ କର୍ମଚାରୀଙ୍କ ପିଲାଙ୍କୁ ଗୁଣାତ୍ମକ ଶିକ୍ଷାଦାନର ବ୍ୟବସ୍ଥା କରାଇଛନ୍ତି ।

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ତତ୍ତ୍ୱାବଧାନରେ ଏହି ସ୍କୁଲ୍ ସିବିଏସଇ ଢ଼ାଞ୍ଚାରେ ପରିଚାଳିତ ହେବ। କିଟ୍ ଶିକ୍ଷାନୁଷ୍ଠାନ ସମୂହ ଓ କିସରେ ୮୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୨୦ ହଜାର କର୍ମଚାରୀ ଏଠାରେ କାର୍ଯ୍ୟରତ। ସେହି କର୍ମଚାରୀଙ୍କ ମଧ୍ୟରୁ ଅନେକ ୩୦ ହଜାର ଟଙ୍କାରୁ କମ୍ ଦରମା ପାଉଥିବାରୁ ସେମାନଙ୍କ ପିଲାମାନେ କିଭଳି ଗୁଣାତ୍ମକ ଶିକ୍ଷା ପାଇ ପାରିବେ ସେ ନେଇ ଡ. ସାମନ୍ତ ଚିନ୍ତା କରୁଥିଲେ ।

ଡ. ସାମନ୍ତଙ୍କ ଏହି ପରିକଳ୍ପନା କିଟ୍ ପବ୍ଲିକ୍ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ପରେ କିଟ୍ ଓ କିସ୍ କର୍ମଚାରୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। କର୍ମଚାରୀମାନେ ଡ. ସାମନ୍ତ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.