କଲରାବାଙ୍କ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ

କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କ ଠାରେ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ। କଲରାବାଙ୍କ ସ୍ମାର୍ଟ ଗ୍ରାମରେ ପ୍ରତିଷ୍ଠିତ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ବିଜ୍ଞାନ ମେଳା ସାଇଟିଫିକୋ ଟୁ କେ ଟୁ ଥ୍ରୀ ଅନୁଷ୍ଠିତ ହୋଇଯାଇଛି।

ଜଗତସିଂହପୁର : କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କ ଠାରେ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ। କଲରାବାଙ୍କ ସ୍ମାର୍ଟ ଗ୍ରାମରେ ପ୍ରତିଷ୍ଠିତ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ବିଜ୍ଞାନ ମେଳା ସାଇଟିଫିକୋ ଟୁ କେ ଟୁ ଥ୍ରୀ ଅନୁଷ୍ଠିତ ହୋଇଯାଇଛି। SRFTI କୋଲକାତାର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ଦ୍ଵାରା ବିଜ୍ଞାନ ମେଳା ଉଦଘାଟିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲର ଚେୟାରପର୍ସନ ଡକ୍ଟର ଇତି ସାମନ୍ତ ଯୋଗଦେଇ ପିଲାମାନେ ପାଠପଢି ଜଣେ ଜଣେ ଭଲ ମଣିଷ ହେବାକୁ ଚେଷ୍ଟା କରନ୍ତୁ ବୋଲି କହିଥିଲେ। ବିଜ୍ଞାନ ମେଳା ଦ୍ୱାରା ପିଲାମାନଙ୍କ ପ୍ରତିଭା ବିକାଶ ଘଟିଥାଏ ବୋଲି ସେ କହିଥିଲେ।

ଏହି ଅବସରରେ ପିଲାମାନଙ୍କ ଦ୍ୱାରା ନିର୍ମିତ ବିଜ୍ଞାନ ଭିତ୍ତିକ ମଡେଲଗୁଡିକୁ ଅତିଥିମାନେ ବୁଲି ଦେଖିଥିଲେ ଓ ଉଚ୍ଚ ପ୍ରଶଂସା କରିଥିଲେ। ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପରସ୍କୃତ କରାଯାଇଥିଲା। ବିଜ୍ଞାନ ମେଳା ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ୩୦୦ରୁ ଅଧିକ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.