ଥାନା କର୍ମଚାରୀଙ୍କ ବାଣ ଫୁଟା ନେଲା ବିସ୍ଫୋରଣର ରୂପ, ଭାଙ୍ଗିଲା ଝରକା କାଚ

ଥାନା କର୍ମଚାରୀଙ୍କ ବାଣ ଫୁଟା ନେଲା ବିସ୍ଫୋରଣର ରୂପ। ଥାନାରେ ଥିବା ବେଆଇନ ଜବତ ବାଣ ଫୁଟାଉଥିବା ବେଳେ ହଠାତ ବାରୁଦରେ ନିଆଁ ପଡ଼ି ହେଲା ବିସ୍ଫୋରଣ।

ଚାନ୍ଦବାଲି : ଥାନା କର୍ମଚାରୀଙ୍କ ବାଣ ଫୁଟା ନେଲା ବିସ୍ଫୋରଣର ରୂପ। ଥାନାରେ ଥିବା ବେଆଇନ ଜବତ ବାଣ ଫୁଟାଉଥିବା ବେଳେ ହଠାତ ବାରୁଦରେ ନିଆଁ ପଡ଼ି ହେଲା ବିସ୍ଫୋରଣ। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ଥାନା ପାଖରେ ଥିବା ପୋଷ୍ଟ ଅଫିସର ଝରକା କାଚ ଭାଙ୍ଗି ପଡ଼ିବା ସହ ଗଛରୁ ପତ୍ର ମଧ୍ୟ ଝଡ଼ି ଯାଇଥିଲା। କମ୍ପି ଉଠିଥିଲା ସାରା ଅଞ୍ଚଳ।

ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଥାନାରେ ଜବତ ହୋଇଥିବା ବେଆଇନ ବାଣକୁ ସେହି ଥାନାର ଜଣେ କର୍ମଚାରୀ ପୁଟାଉଥିଲେ। ସେଠାରେ ଥିବା ବାରୁଦ ଉପରେ ନିଆଁ ଝୁଲ ପଡ଼ି ହଠାତ ବିସ୍ପୋରଣ ହୋଇଥିଲା। ବିସ୍ପୋରଣ ହୋଇଥିବା ଜାଗାରେ କାନ୍ଥରୁ ପ୍ଲାଷ୍ଟର ଖଣ୍ଡ ଝଡିପଡିଛି। ପ୍ରଚଣ୍ଡ ଶବ୍ଦରେ ଲୋକମାନେ ଭୟଭୀତ ହୋଇପଡିଥିଲେ। ତେବେ ଏନେଇ ଚାନ୍ଦବାଲି ଥାନାର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.