ରାଜ୍ୟରେ କେବେ ହେବ ମାଟ୍ରିକ ପରୀକ୍ଷା? ଖୁବ୍ ଶୀଘ୍ର ନିଷ୍ପତ୍ତି ଶୁଣାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ମାଟ୍ରିକ ପରୀକ୍ଷା ନେଇ ମୁଖ୍ୟମନ୍ତ୍ରୀ କରିବେ ଘୋଷଣା । ରାଜ୍ୟରେ ମାଟ୍ରିକ ପରୀକ୍ଷା ନିଷ୍ପତ୍ତି ଶୁଣାଇବେ ମୁଖ୍ୟମନ୍ତ୍ରୀ । ମେ’ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ତାରିଖ ନିର୍ଘଣ୍ଟ ହୋଇଛି। ୬ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ।

ହେଲେ ରାଜ୍ୟରେ କରୋନା ସ୍ଥିତି ବୃଦ୍ଧି ପାଉଥିବା ବେଳେ ବଡ଼ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ । ଦେଶ ତୁଳନାରେ ଆମ ରାଜ୍ୟର ସ୍ଥିତି ଏବେ ଏତେ ବିଗିଡି ନାହିଁ। ତେଣୁ ରାଜ୍ୟ ସରକାର ମାଟ୍ରିକ ପରୀକ୍ଷା ନେଇ କଣ ନିଷ୍ପତ୍ତି ନେବେ ତାକୁ ଅପେକ୍ଷା ରହିଛି। ଗତକାଲି ସିବିଏସଇ ମାଟ୍ରିକ ପରୀକ୍ଷା ବାତିଲ କରିଥିଲା । ମେ ୩ରେ ମାଟ୍ରିକ ପରୀକ୍ଷା ହେବାର ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.