ରାଜ୍ୟବାସୀଙ୍କୁ ଆଜି ୫ଟା ୩୦ରେ ବାର୍ତ୍ତା ଦେବେ ମୁଖ୍ୟ ସଚିବ, ହୋଇପାରେ ଗୁରୁତ୍ବପୂର୍ଣ୍ଣ ଘୋଷଣା !

ଭୁବନେଶ୍ବର: ଦେଶରେ ଆଜି ୨ଲକ୍ଷରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି । ଓଡ଼ିଶାରେ ଏ ସଂଖ୍ୟା ରହିଛି ପାଖାପାଖି ୩ ହଜାର । ଦେଶର କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ଓଡିଶାର ସ୍ଥାନ ହେଉଛି ୧୮ । ଦେଶର ଦୈନିକ ସଂକ୍ରମଣ ହାର ତୁଳନାରେ ରାଜ୍ୟର ସଂକ୍ରମଣ ହାର ରହିଛି ୧ ଦଶମିକ ୪୮ ପ୍ରତିଶତ । ଆଜି ରାଜ୍ୟରେ ଦୁଇ ଜଣ ଜୀବନ ନେଇଛି ଭାଇରସ । ଦେଶରେ ଏହି ସଂଖ୍ୟା ରହିଛି ଏକ ହଜାର ୩୮ ।

ରାଜ୍ୟରେ ଆକ୍ଟିଭ କେସ ରହିଛି ୧୪ ହଜାର ୬୨୧ । ଖୋର୍ଦ୍ଧା ଓ ସୁନ୍ଦରଗଡ ରେଡ ଜୋନରେ ରହିଛି । ରାଜଧାନୀ ଭୁବନେଶ୍ୱରରେ ବି ସଂକ୍ରମଣ ବଢିବାରେ ଲାଗିଛି । ଛିତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି ରହିଛ । ଏଭଳି ସ୍ଥିତିରେ କରୋନା ସମ୍ପର୍କରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ୫ଟା ୩୦ରେ ଭିସିରେ ବାର୍ତ୍ତା ଦେବେ ମୁଖ୍ୟ ସଚିବ ସୁରେଶ ମହାପାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.