ଆଜିଠୁ ଆଉ ୫ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍, ଭର୍ଚୁଆଲରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଆଜିଠୁ ଆଉ ୫ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍। ବାଲେଶ୍ବର, ଜଗତସିଂହପୁର, ଗଞ୍ଜାମ, ନୂଆପଡ଼ା, ବୌଦ୍ଧରେ ଆରମ୍ଭ ହେବ ଲକ୍ଷ୍ମୀ ଵସ୍ ସେଵା। ଭର୍ଚୁଆଲ ମାଧ୍ୟମରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଆଉ ୫ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍। ବାଲେଶ୍ବର, ଜଗତସିଂହପୁର, ଗଞ୍ଜାମ, ନୂଆପଡ଼ା, ବୌଦ୍ଧରେ ଆରମ୍ଭ ହେବ ଲକ୍ଷ୍ମୀ ଵସ୍ ସେଵା। ଭର୍ଚୁଆଲ ମାଧ୍ୟମରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଁ ଲୋକମାନେ ଲକ୍ଷ୍ମୀ ବସ୍ ଜରିଆରେ ସୁବିଧାରେ ଏବଂ କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ । ଲକ୍ଷ୍ମୀ ଯୋଜନା ଲୋକଙ୍କ ଇଚ୍ଛାରୁ କାର୍ଯ୍ୟକାରୀ କରାଯାଇଛି।
ତେବେ ପ୍ରତି ପଞ୍ଚାୟତରୁ ନିଜ ନିଜ ବ୍ଲକ ଆସିବାକୁ ଆଉ ଅସୁବିଧା ହେବନାହିଁ । ଗ୍ରାମାଞ୍ଚଳର ଲୋକମାନଙ୍କୁ ଉତ୍ତମ ପରିବହନ ସେବା ଲକ୍ଷ୍ମୀ ବସ ମାଧ୍ୟମରେ ମିଳିବ । ପୂର୍ବରୁ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ଆସିବାକୁ ବହୁ ଅସୁବିଧା ହେଉଥିଲେ ବିଶେଷ କରି ଗମନାଗମନ ବ୍ୟବସ୍ଥା ପାଇଁ । ଏନେଇ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଜିଲା ଗସ୍ତ ବେଳେ ଜନସାଧାରଣମାନେ ଗମନାଗମନ ବ୍ୟବସ୍ଥା ସୁବିଧା ପାଇଁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଓଡିଶା ସରକାରଙ୍କ ପକ୍ଷରୁ ଲକ୍ଷ୍ମୀ ବସ ସୁବିଧା କରାଯାଇଛି । ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି ।
ଲକ୍ଷ୍ମୀ ବସ୍ ଲୋକଙ୍କୁ ଲୋକଙ୍କ ସହିତ ଯୋଡିବ। ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ। ପିଲାଙ୍କୁ ସ୍କୁଲ କଲେଜ ନେବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସ୍ ରେ ଯିବା ଆସିବା କରିପାରିବେ ।