ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ, ରାତି ୧୦ରୁ ୧୦ଟା ୩୦ ଭିତରେ ଉଠିବ ମହାଦୀପ

ଚଳିତବର୍ଷ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ ପାଇଁ ପ୍ରଥମ ବୈଠକ ହୋଇଛି । ରାତି ୧୦ଟାରୁ ସାଢେ ୧୦ଟା ଭିତରେ ମହାଦୀପ ଉଠିବାକୁ ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଚଳିତବର୍ଷ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ ପାଇଁ ପ୍ରଥମ ବୈଠକ ହୋଇଛି  । ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ପୂଜା ରୀତିନୀତି ଅନୁସାରେ । ରାତି ୧୦ଟାରୁ ସାଢେ ୧୦ଟା ଭିତରେ ମହାଦୀପ ଉଠିବାକୁ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ପ୍ରଶାସନ ସହ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ସମର୍ଥା , ପାଲିଙ୍କିଆ ନିଯୋଗ ବୈଠକରେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ।

ସୂଚନା ଯୋଗ୍ୟ ଗତବର୍ଷ ନୀତିକାନ୍ତିରେ ଦୁଇ ଘଣ୍ଟା ବିଳମ୍ବ ଯୋଗୁଁ ମହାଦୀପ ଉଠିବାରେ ବିଳମ୍ବ ହୋଇଥିଲା । ରାତି ୧୦ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଥିଲା। ମାତ ରାତି ୧ଟାରେ ଉଠିଥିଲା ମହାଦୀପ। ତେଣୁ ଏଥର ଯେପରି ଏଭଳି ବିଳମ୍ବ ନହେବ ସେନେଇ ବୈଠକରେ ଆଲୋଚନା ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.