Below header

ତୁଳସୀରୁ ତେଲ ବାହାର କରି ବେଶ୍ ଭଲ ରୋଜଗାର କରୁଛନ୍ତି ଏହି ଅବସରପ୍ରାପ୍ତ ବନ ଅଧିକାରୀ

ଦିନକୁ ଦିନ ଚାଷ କାମପ୍ରତି ବିମୁଖ ହେଉଛନ୍ତି ଯୁବପିଢି । ଚାଷ ଅପେକ୍ଷା ଚାକିରୀ ପ୍ରତି ସମସ୍ତଙ୍କ ମନ । ହେଲେ ଏଠି ଚାକରିରୁ ଅସବର ପରେ ଚାଷକାମ ପ୍ରତି ଆଗ୍ରହ ଦେଖାଇଛନ୍ତି ଜଣେ ବନ ଅଧିକାରୀ । ସେଇଟା ବି ପାରମ୍ପାରିକ ଧାନଚାଷ କି ପନିପରିବା ଚାଷ ନୁହେଁ । ତୁଳସୀ ଚାଷକରି ଅର୍ଥ ଉପାର୍ଜନର ବାଟ ବାହାରକରିଛନ୍ତି ସେ ।

ସୁବର୍ଣ୍ଣପୁର(କେନ୍ୟୁଜ):  । ଆମେ ହିନ୍ଦୁ ଧର୍ମ ବିଶ୍ୱାସୀ । ଏଣୁ ଘର ଅଗଣାରେ ତୁଳସୀ ଗଛଟିଏ ଲଗାଇ ପାଣି ଓ ଦୀପ ଜାଳିବା ସହ ସଂଜ ସକାଳୁ ତୁଳସୀ ମୂଳରେ କେବଳ ପୂଜା କରିଥାଉ । ହେଲେ ଏଠି ବିଲରେ ହୋଇଛି ତୁଳସୀ ଚାଷ । ଏହି  ହେଉଛି ସୁବର୍ଣ୍ଣପୁର ଜିଲ୍ଲା ହରଡଖୋଲ ଗାଁର । ଆଉ ଏହି ତୁଳସୀ ଚାଷ କରିଛନ୍ତି ଗାଁର କମଳ ଲୋଚନ ପୁରୋହିତ ।

କମଳ ଲୋଚନ ପୁରୋହିତ । ଦୀର୍ଘବର୍ଷ ଧରି ବନ ବିଭାଗରେ ଚାକିରୀ କଲାପରେ ଡିଏଫଓ ପଦବୀରୁ ଗତ ୨୦୧୭ ମସିହାରେ ଅବସର ନେଲେ । ଚାକିରୀ କାଳରେ ରାଜଧାନୀ ଭୁବନେଶ୍ୱର ଏବଂ ନନ୍ଦନକାନନରେ ରହିଥିଲେବି ଅବସର ପରେ ତାଙ୍କ ମନ ଜନ୍ମମାଟି ହରଡଖୋଲକୁ ଟାଣିଆଣିଥିଲା । ସେ ଗାଁକୁ ଆସିଲା ପରେ ଚାଷପ୍ରତି ମନ ବଳେଇଥିଲେ । ତେବେ ପାରମ୍ପରିକ ଚାଷ ଅପେକ୍ଷା ସେ ତୁଳସୀ ଚାଷ କରିବାକୁ ମନ ବଳେଇଥିଲେ ।

tulasi

ଏଥିପାଇଁ ଗାଁରେ ଥିବା ଜମିରୁ ଗୋଟିଏ ଏକର ଜମିରେ ସେ କରିଛନ୍ତି ତୁଳସୀ ଚାଷ । ୯ଶହ କେଜି ପତ୍ରରେ ୪ କେଜି ତୁଳସୀ ତେଲ ବାହାରୁଛି । ଆୟୁର୍ବେଦୀୟ ମେଡସିନ ପାଇଁ ବେଶ ଉପଯୋଗୀ ଥିବା ତୁଳସୀ ଚାଷକରି ସେଥିରୁ ତେଲ ବାହାରକରି ସେ ବିକ୍ରୀ କରୁଛନ୍ତି । ଉଭୟ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ଏହି ତେଲ ବିକ୍ରୀ ହେଉଥିବାବେଳେ ଏବେ ଏହା ତାଙ୍କୁ ଦେଇଛି ଭଲ ରୋଜଗାରର ପନ୍ଥା । ଏହାକୁ ନେଇ ଆଗକୁ ଅନ୍ୟମାନେ ମଧ୍ୟ ଆଗ୍ରହ ବଳାଇବେବୋଲି ଚାଷୀ କମଳ ଲୋଚନ କହିଛନ୍ତି ।

ଦିନକୁ ଦିନ ଚାଷ କାମପ୍ରତି ବିମୁଖ ହେଉଛନ୍ତି ଯୁବପିଢି । ଚାଷ ଅପେକ୍ଷା ଚାକିରୀ ପ୍ରତି ସମସ୍ତଙ୍କ ମନ । ହେଲେ ଏଠି ଚାକରିରୁ ଅସବର ପରେ ଚାଷକାମ ପ୍ରତି ଆଗ୍ରହ ଦେଖାଇଛନ୍ତି ଜଣେ ବନ ଅଧିକାରୀ । ସେଇଟା ବି ପାରମ୍ପାରିକ ଧାନଚାଷ କି ପନିପରିବା ଚାଷ ନୁହେଁ । ତୁଳସୀ ଚାଷକରି ଅର୍ଥ ଉପାର୍ଜନର ବାଟ ବାହାରକରିଛନ୍ତି ସେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.