Below header

ଜଙ୍ଗଲରେ ମହିଳାଙ୍କୁ ଗୁଳିମାଡ଼ ଘଟଣା: ସ୍ବାମୀ ବନ୍ଧୁକରୁ ଗୁଳି ଫୁଟି ସ୍ତ୍ରୀ ଗୁରୁତର ଆହତ

ସ୍ତ୍ରୀକୁ ଗୁଳି କରିଥିଲା ସ୍ବାମୀ । ଗଂଜାମ ଭଂଜନଗର ଥାନା ବେଡିଗୋବା ଗାଁରେ ମହିଳାଙ୍କୁ ଗୁଳିମାଡ଼ ଘଟଣାରେ ନୂଆ ମୋଡ଼ । ଅଭିଯୁକ୍ତ ସ୍ବାମୀ କୁ ଜେରା ପରେ ଗିରଫ କରିଛି ପୋଲିସ । ଗତ ୧୭ ତାରିଖରେ ଘଟିଥିଲା ଗୁଳିମାଡ଼ ।

ଭଂଜନଗର (କେନ୍ୟୁଜ): ସ୍ତ୍ରୀକୁ ଗୁଳି କରିଥିଲା ସ୍ବାମୀ । ଗଂଜାମ ଭଂଜନଗର ଥାନା ବେଡିଗୋବା ଗାଁରେ ମହିଳାଙ୍କୁ ଗୁଳିମାଡ଼ ଘଟଣାରେ ନୂଆ ମୋଡ଼ । ଅଭିଯୁକ୍ତ ସ୍ବାମୀ କୁ ଜେରା ପରେ ଗିରଫ କରିଛି ପୋଲିସ । ଗତ ୧୭ ତାରିଖରେ ଘଟିଥିଲା ଗୁଳିମାଡ଼ । ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ମହିଳାଙ୍କୁ କେହି ଗୁଳି କରିଥିବା ଅଭିଯୋଗ ହୋଇଥିଲା ।

ତେବେ ସ୍ବାମୀଙ୍କୁ ଜେରା ପରେ ଜଙ୍ଗଲରେ ନୁହେଁ ବରଂ ନିଜ ଘରେ ହିଁ ଘଟଣା ଘଟିଥିଲା ବୋଲି ସେ ସ୍ବୀକାର କରିଛନ୍ତି । ସ୍ବାମୀ ଜାଗୁରୁ ସାହୁ ବାରହା ଶିକାର କରିବାକୁ ଯିବା ବେଳେ ଘର ଭିତରେ ହିଁ ଅସାବଧାନତାରୁ ବନ୍ଧୁକରୁ ଗୁଳି ଫୁଟି ସ୍ତ୍ରୀ ସ୍ବପ୍ନାଙ୍କ ଦେହରେ ବାଜିଥିଲା । ଫଳରେ ସେଗୁରୁତର ଆହତ ହୋଇଥିଲେ । ଏବେ ସ୍ବପ୍ନା ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ଭଂଜନଗର ଥାନାଧିକାରୀ ସୂଚନା ଦେଇଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.