କ୍ରିକେଟ ମ୍ୟାଚକୁ ପର୍ବ ଭାବେ ପାଳନ କଲେ ଗାଁ ଲୋକେ, ମହିଳା ମାନଙ୍କ ପାଇଁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା

ଷ୍ଟ୍ରିଟ ଲାଇଟ ଲଗାଯାଇ ଶୀତୁଆ ରାତ୍ରିର ଅନ୍ଧାରକୁ ଚିରି ଆୟୋଜନ କରାଯାଇଥିଲା ରାତ୍ରିକାଳୀନ କ୍ରିକେଟ ମ୍ୟାଚ । ଏହି ମ୍ୟାଚରେ ମୋଟ ୧୬ଟି ଦଳ ତାଙ୍କର ଖେଳ ପ୍ରଦର୍ଶନ କରିଥିବା ବେଳେ ଫାଇନାଲକୁ ଅସ୍ତରଙ୍ଗର କରାଳ କ୍ରିକେଟ ଟିମ ଏବଂ ଜଗତସିଂହପୁର ଅଞ୍ଚଳର ଅୟେଶରାଜା କ୍ରିକେଟ କ୍ଲବ ପ୍ରବେଶ କରିଥିଲେ ।

କାକଟପୁର (କେନ୍ୟୁଜ): କ୍ରିକେଟ ଖେଳ କଥା କହିଲେ ଏବେ ସାରା ଭାରତୀୟଙ୍କ ସବୁଠାରୁ ଅଧିକ ପସନ୍ଦର ଖେଳ । ଭାରତର ଜାତୀୟ ଖେଳ ହକି ହୋଇଥିଲେ ମଧ୍ୟ ଭାରତୀୟମାନେ କ୍ରିକେଟ ଖେଳକୁ ଅଧିକ ଖେଳିଥାନ୍ତି । ଗାଁ ଠାରୁ ସହର ସବୁଠାରେ କ୍ରିକେଟ ଖେଳର ଲୋକପ୍ରିୟତା ଦେଖିବାକୁ ମିଳିଥାଏ । ଏହି ଲୋକପ୍ରିୟ ଖେଳକୁ ନେଇ ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳରେ ଅନେକ ପ୍ରତିଯୋଗିତାମୂଳକ ଟୁର୍ନାମେଣ୍ଟ ଆୟୋଜନ କରାଯାଇଥାଏ । କାକଟପୁର ଅଞ୍ଚଳର ଖାନପୁରଠାରେ ଖାନପୁର ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ହୋଇଥିଲା JCC ବା ଜଲାଲଉଦ୍ଦିନ କ୍ରିକେଟ କ୍ଲବ ପକ୍ଷରୁ ଏକ ରାତ୍ରିକାଳୀନ କ୍ରିକେଟ୍‌ ମ୍ୟାଚ୍‌ ।

ଷ୍ଟ୍ରିଟ ଲାଇଟ ଲଗାଯାଇ ଶୀତୁଆ ରାତ୍ରିର ଅନ୍ଧାରକୁ ଚିରି ଆୟୋଜନ କରାଯାଇଥିଲା ରାତ୍ରିକାଳୀନ କ୍ରିକେଟ ମ୍ୟାଚ । ଏହି ମ୍ୟାଚରେ ମୋଟ ୧୬ଟି ଦଳ ତାଙ୍କର ଖେଳ ପ୍ରଦର୍ଶନ କରିଥିବା ବେଳେ ଫାଇନାଲକୁ ଅସ୍ତରଙ୍ଗର କରାଳ କ୍ରିକେଟ ଟିମ ଏବଂ ଜଗତସିଂହପୁର ଅଞ୍ଚଳର ଅୟେଶରାଜା କ୍ରିକେଟ କ୍ଲବ ପ୍ରବେଶ କରିଥିଲେ । ଦୁଇ ଟିମର ଖେଳାଳୀମାନଙ୍କ ମଧ୍ୟରେ ଖେଳ ଆରମ୍ଭ କରାଯାଇଥିଲା । ଦୁଇ ଟିମର ଖେଳକୁ ଦେଖିବା ପାଇଁ ପଡ଼ିଆ ଚାରିପାଖରେ ହଜାର ହଜାର ଦର୍ଶକ ଏବଂ ଖେଳପ୍ରେମୀମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ଖାନପୁର ଗ୍ରାମରେ ଏହି ଷ୍ଟ୍ରିଟ ଲାଇଟ ଖେଳ ଏକ ପର୍ବ ଭାବରେ ଗ୍ରାମବାସୀମାନେ ପାଳନ କରୁଛନ୍ତି । ଏହି ଖେଳ ଆୟୋଜନ ପାଇଁ ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଖେଳ ଆୟୋଜନ କରାଯାଇଥାଏ । ରାତ୍ରିକାଳୀନ ଷ୍ଟ୍ରିଟ ଲାଇଟ କ୍ରିକେଟ ଖେଳ ଖେଳାଯାଉଥିବାବେଳେ ଗ୍ରାମର ସମସ୍ତ ଗୁରୁଜନମାନେ ଏଠାରେ ବସି ଖେଳ ଦେଖିଥିଲେ । ସବୁଠାରୁ ବଡ଼କଥା ହେଉଛି ଏହି ଗାଁର ମହିଳା ଏବଂ ଯୁବତୀମାନଙ୍କ ଖେଳଦେଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥାଏ । କ୍ରିକେଟ ଖେଳକୁ ଭିନ୍ନ ଢଙ୍ଗରେ ଆୟୋଜନ କରାଯାଉଥିବା ଯୋଗୁଁ ଗାଁର ପ୍ରତ୍ୟେକ ଘରେ ବନ୍ଧୁ ବାନ୍ଧବମାନଙ୍କୁ ନିମନ୍ତ୍ରଣ ଦିଆଯାଇଥାଏ ।

ଫାଇନାଲ ମ୍ୟାଚରେ ଅସ୍ତରଙ୍ଗର କରାଳ ସହିତ ଜଗତସିଂହପୁରର ଅୟେଶରାଜା ଦୁଇଟି ଟିମ୍‌ ମଧ୍ୟରେ ଖେଳ ଆୟୋଜନ କରାଯାଉଥିବା ବେଳେ ଜଗତସିଂହପୁର ଅୟେଶରାଜା କ୍ରିକେଟ ଟିମ୍‌ ବିଜୟୀ ହୋଇ ୫୫ ହଜାର ଟଙ୍କା ସହିତ ଟ୍ରଫି କୁ ଗ୍ରହଣ କରିଥିଲା । ସେହିପରି ଅସ୍ତରଙ୍ଗର କରାଳ କ୍ରିକେଟ ଟିମ୍‌ ରନର୍ସ ଅପ୍‌ ହୋଇ ୩୫ ହଜାର ଟଙ୍କା ସହିତ ଏକ ଟ୍ରଫି ଗ୍ରହଣ କରିଥିଲା । ଏହି ଟୁର୍ନାମେଣ୍ଟକୁ ଆକର୍ଷଣୀୟ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଉନ୍ନତ ଧରଣର ଷ୍ଟ୍ରିଟ ଲାଇଟ ସହିତ ଫାୟାର ଗ୍ୟାସ ଏବଂ ଖେଳ ଶେଷରେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଆତଶବାଜିର ବ୍ୟବସ୍ଥା ଟୁର୍ନାମେଣ୍ଟକୁ ଅଧିକ ଆକର୍ଷଣୀୟ କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.