ଟୋକିଓ ହିରୋଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ସ୍ପୋର୍ଟସରେ ଓଡ଼ିଶା ଏକ ମଡେଲ ପାଲଟିଛି

କେନ୍ୟୁଜ୍(ବ୍ୟୁରୋ):  ପାରା ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟୋକିଓ ପାରା ଅଲିମ୍ପିକ୍ସ ମେଡାଲ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ପାରା ବ୍ୟାଡମିଣ୍ଟନରେ ଗୋଲଡ ମେଡାଲ ବିଜେତା ପ୍ରମୋଦ ଭଗତ, ମନୋଜ ସର୍‌କାର, ତରୁଣ ଧିଲୋନ, ପାରୁଲ ପାର୍ମର ଓ ଭାରତୀୟ ପାରା ଅଲିମ୍ପିକ କମିଟି ସଭାପତି ଦୀପା ମଲିକଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ଦେଶର କ୍ରୀଡ଼ା କ୍ଷେତ୍ରରେ ବିକାଶ ପାଇଁ ପଦକ୍ଷେପ ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

tokyo1

ସ୍ପୋର୍ଟସରେ ଓଡ଼ିଶା ଏକ ମଡେଲ ପାଲଟିଛି । ଭୁବନେଶ୍ୱରରେ ଆସନ୍ତା ୨୬ ତାରିଖ ଯାଏ ନ୍ୟାସନାଲ ପାରା ବ୍ୟାଡମିଣ୍ଟନ ଚାମ୍ପିଆନସିପ୍‌ ଅନୁଷ୍ଠିତ ହେଉଛି । ଏଥିରେ ସାରା ଦେଶରୁ ୪ଶହରୁ ଅଧିକ ପାରା ବ୍ୟାଡମିଣ୍ଟନ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଏଥିପାଇଁ ସୁ ବ୍ୟବସ୍ଥିତ ଆୟୋଜନକୁ ଦୀପା ମଲିକ ପ୍ରଶଂସା କରିଛନ୍ତି । ଚାମ୍ପିଆନସିପ୍‌ରେ ଭାଗ ନେଇଥିବା ସବୁ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ପାରା ସ୍ପୋର୍ଟସ ଇଭେଣ୍ଟ ଓ ପାରା କ୍ରୀଡ଼ାବିତଙ୍କୁ ସବୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.